ପ୍ରଧାନମନ୍ତ୍ରୀଙ୍କ ଧରମ ଭଉଣୀ ବିୟୋଗ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଶତାୟୁ ଧରମ ଭଉଣୀ ସର୍‌ବତୀ ଦେବୀଙ୍କର ଶନିବାର ପରଲୋକ ଘଟିଛି। ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା। ସର୍‌ବତୀ ମୋଦିଙ୍କର ରକ୍ତ ସମ୍ପର୍କୀୟ ନୁହନ୍ତି। ସେ ମୋଦିଙ୍କୁ ରାଖି ବାନ୍ଧି ଭାଇ ଭାବେ ଗ୍ରହଣ କରିଥିଲେ। ୫୦ ବର୍ଷ ପୂର୍ବେ ଭାତୃ ବିୟୋଗ ଯୋଗୁ ଦୁଃଖରେ ଥିଲେ ସର୍‌ବତୀ। ସବୁବେଳେ ସେ ଭାଇଙ୍କୁ ଝୁରୁଥିଲେ। ରାଖି ବାନ୍ଧିବା ଲାଗି ସେ ୨୦୧୭ରେ ମୋଦିଙ୍କୁ ପତ୍ର ଲେଖିଥିଲେ। ଗତବର୍ଷ ରାଖିପୂର୍ଣ୍ଣିମା ଅବସରରେ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ଗହଣରେ ମୋଦି ସର୍‌ବତୀଙ୍କ ହାତରୁ ରାଖି ବାନ୍ଧି ତାଙ୍କ ଅନୁରୋଧ ରକ୍ଷା କରିଥିଲେ। ବୟସାଧିକ୍ୟ କାରଣରୁ ସର୍‌ବତୀଙ୍କର ପରଲୋକ ଘଟିଛି। ରବିବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

Leave A Reply