ଗ୍ରୀଷ୍ମକାଳୀନ ଯୁବ ଅଲିମ୍ପିକ୍ସର ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ : ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦୧୮ ଗ୍ରୀଷ୍ମକାଳୀନ ଯୁବ ଅଲିମ୍ପିକ୍ସର ପଦକ ବିଜେତାମାନଙ୍କୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ କରିବା ସହିତ ସମ୍ବର୍ଦ୍ଧିତ କରିଛନ୍ତି।

ପ୍ରଧାନମନ୍ତ୍ରୀ ସେମାନଙ୍କୁ ଲକ୍ଷ୍ୟବଦ୍ଧ ହୋଇ ରହିବା ଏବଂ ପରବର୍ତ୍ତୀ ଅଲିମ୍ପିକ୍ସରେ ପଦକ  ହାସଲ ଲକ୍ଷ୍ୟ ପ୍ରାପ୍ତି ଦିଗରେ କଠିନ ପରିଶ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ । ସରକାରଙ୍କ ପକ୍ଷରୁ ଆବଶ୍ୟକ ସାହାଯ୍ୟ ସହଯୋଗ ଏବଂ ସୁବିଧା ସୁଯୋଗ ଯୋଗାଇଦେବା ଲାଗି ପ୍ରଧାନମନ୍ତ୍ରୀ ଆଥଲେଟମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ଯୁବ ଆଥଲେଟମାନେ ସେମାନଙ୍କ ସ୍କୁଲ ଏବଂ ଗ୍ରାମରେ କ୍ରୀଡ଼ା କ୍ଷେତ୍ରକୁ ଆସିବା ଲାଗି ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବା ଉଚିତ୍ ବୋଲି ଶ୍ରୀ ମୋଦୀ କହିଛନ୍ତି।

ବିଶ୍ୱ ମଂଚରେ ଭାରତର ଗୌରବ ବୃଦ୍ଧି ଦିଗରେ ଯୋଗଦାନ ଦେଇଥିବାରୁ ପଦକ ବିଜେତା ଏବଂ ସେମାନଙ୍କ ପ୍ରଶିକ୍ଷକମାନଙ୍କୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ।

Comments
Loading...