ଜି-୨୦ ସମ୍ମିଳନୀରେ ହେବ ମୋଦୀ-ଜିନ୍‍ପିଙ୍ଗ ସାକ୍ଷାତ

0

ନୂଆଦିଲ୍ଲୀ : ଆର୍ଜେଣ୍ଟିନାରେ ହେବାକୁ ଥିବା ଜି-୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ମଙ୍ଗଳବାର ବୈଦେଶିକ ମନ୍ତ୍ରଣାଳୟ ସଚିବ ବିଜୟ ଗୋଏଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନଭେମ୍ବର ୩୦ରେ ଜି-୨୦ ସମ୍ମିଳନୀ ହେବ। ଏହି ଅବସରରେ ମୋଦୀ ଓ ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବ। ଜି-୨୦ ସମ୍ମିଳନୀର ଏହା ୧୦ମ ଅଧିବେଶନ। ଅଧିବେଶନ କାଳରେ ହାସଲ କରାଯାଇଥିବା ବିଭିନ୍ନ ସଫଳତା ଉପରେ ଆଲୋଚନା କରାଯିବାର ଅଛି। ତେବେ ଭାରତ ଏହି ସମ୍ମିଳନୀରେ ତୈଳ ଦର ବୃଦ୍ଧିକୁ ନେଇ ଦେଖାଯାଉଥିବା ସମସ୍ୟାକୁ ଉଠାଇବ ଯାହା ପରୋକ୍ଷରେ ଦେଶର ଅର୍ଥନୀତିକୁ ପ୍ରଭାବିତ କରୁଛି।

Leave A Reply