ନିଶା ଔଷଧ ସେବନ ନ କରିବାକୁ ଯୁବ ପିଢ଼ିକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

0

ନୂଆଦିଲ୍ଲୀ: ନିଶା ଔଷଧ କାରବାର ହେଉଛି ଆତଙ୍କବାଦୀ ଓ ଦେଶ ବିରୋଧୀ ଶକ୍ତିମାନଙ୍କର ସବୁଠାରୁ ବଡ଼ ଆୟର ଉତ୍ସ। ଭାରତକୁ ନିଶା ଔଷଧ ସେବନ ମୁକ୍ତ କରିବା ପାଇଁ ଅଭିଯାନ ଉପଲକ୍ଷେ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି, ନିଶା ଔଷଧ କାରବାରରୁ ମିଳୁଥିବା ଅର୍ଥକୁ ଏହି ଅସାମାଜିକ ଶକ୍ତିମାନେ ଦେଶରେ ଅସ୍ଥିରତା ସୃଷ୍ଟି ପାଇଁ ବ୍ୟବହାର କରୁଛନ୍ତି। ଆର୍ଟ ଅଫ୍‍ ଲିଭିଂ ଫାଉଣ୍ଡେସନ୍‍ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ ପରିପ୍ରେକ୍ଷୀରେ ହିସାରର ଗୁରୁ ଜମ୍ବେଶ୍ୱର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ପ୍ରଦର୍ଶନ କରାଯାଇଥିଲା। ସୁସ୍ଥ ଜୀବନ, ଉଜ୍ୱଳ ଭବିଷ୍ୟତ ଏବଂ ଦେଶର ନିରାପତ୍ତା ଓ ସୁରକ୍ଷା ପାଇଁ ନିଶା ଔଷଧ ସେବନ ନ କରିବାକୁ ଶ୍ରୀ ମୋଦି ଯୁବ ପିଢ଼ିକୁ ପରାମର୍ଶ ଦେଇଛନ୍ତି। ଯେଉଁମାନଙ୍କର ଆତ୍ମ ବିଶ୍ୱାସ ଓ ଦୃଢ଼ ମନୋବଳ ରହିଛି ସେମାନେ କଦାପି ନିଶା ଔଷଧ ସେବନର ଶିକାର ହେବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯେଉଁମାନେ ନିଶା ଔଷଧ ସେବନର ଶିକାର ହୋଇଛନ୍ତି ସେମାନଙ୍କୁ ଏଥିରୁ ମୁକ୍ତ କରିବା ଓ ସାହାଯ୍ୟ କରିବା ପାଇଁ ସେ ଯୁବପିଢ଼ିକୁ ଆହ୍ୱାନ ଜଣାଇଛନ୍ତି। ନିଶା ଔଷଧ ସେବନ ଭଳି ସମସ୍ୟା ଦୂରକରିବାକୁ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ଶ୍ରୀ ମୋଦି ଆଲୋକପାତ କରିଥିଲେ।

Leave A Reply