ଯୁଦ୍ଧ ବିମାନର ସୁରକ୍ଷା ପାଇଁ ପାକିସ୍ତାନ ଓ ଚୀନ୍‌ ସୀମାରେ ନିର୍ମାଣ ହେବ ୧୧୦ଟି ବ୍ଲାଷ୍ଟ ପେନ୍‌

0

ନୂଆଦିଲ୍ଲୀ ..- ଶତ୍ରୁପକ୍ଷର  କ୍ଷେପଣାସ୍ତ୍ର ଆକ୍ରମଣରୁ ଯୁଦ୍ଧ ବିମାନକୁ ରକ୍ଷା କରିବା ପାଇଁ ଚୀନ୍‌  ଓ ପାକିସ୍ତାନ ସୀମାରେ ୧୧୦ଟି ବ୍ଲାଷ୍ଟ ପେନ୍‌ ନିର୍ମାଣ କରାଯିବ ବୋଲି  ସୂଚନା ମିଳିଛି । ନବ ଭାରତ ଟାଇମସ୍‌ର ରିପୋର୍ଟ ଅନୁସାରେ  ସୀମାରେ ଯୁଦ୍ଧ ବିମାର ଜରୁରୀ ଅବତରଣ ଓ ସୁରକ୍ଷା ପାଇଁ ୧୧୦ଟି ହାଇଡ୍‌ ସେଲଟର୍‌ ବା ବ୍ଲାଷ୍ଟ ପେନ୍‌ ନିର୍ମାଣା କରିବାପାଇଁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ସ୍ଥାନରେ ସୁଖୋଇ-୩୦ ଏମ୍‌କେଆଇ ପରି ଅତ୍ୟାଧୁନିକ ଯୁଦ୍ଧ ବିମାନକୁ ବି ସୁରକ୍ଷିତ ଭାବେ ରଖାଯାଇ ପାରିବ ।

ଏକ ସୂଚନା ଅନୁସାରେ ପାକିସ୍ତାନର ସେନା ହାଇ ଆଲର୍ଟରେ ରହିଛି । ପାକିସ୍ତାନ ତାହାର ସୀମାରେ ଏଫ୍‌-୧୬ ଯୁଦ୍ଧ ବିମାନକୁ ମୁତୟନ କରି ରଖିଛି। ଜାମ୍ମୁ-କାଶ୍ମୀର ସୀମାରେ  ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବାପାଇଁ ବ୍ଲାଷ୍ଟ ପେନ୍ ନିର୍ମାଣ କରାଯିବ ।

Leave A Reply