ଛାତରୁ ଖସି ରଙ୍ଗ ମିସ୍ତ୍ରୀ ମୃତ

0

ପିପିଲି : ପୁାର ଜିଲା ପିପିଲି ଥାନା ଅନ୍ତର୍ଗତ ସଁପୁର ପଞ୍ଚାୟତର ଜୁଣୁପଡିଆ ଗ୍ରାମର ରଙ୍ଗମିସ୍ତ୍ରୀ ସନ୍ତୋଷ କୁମାର ଗୁରୁ(୨୬) ସୋମବାର ଅପରାହ୍ନରେ ରଙ୍ଗ କରୁଥିବା ସମୟରେ ଛାତରୁ ଖସି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ନିକଟବର୍ତ୍ତି ସଁପୁର ଡିହସାହି ଗ୍ରାମର ଜନୈକ ବ୍ୟକ୍ତିଙ୍କ ଦୁଇମହଲା ଘରେ ବାଉଁଶଭାରାରେ ଚଢି ରଙ୍ଗ କାର୍ଯ୍ୟ କରୁଥିବା ସମୟରେ ଭାରସାମ୍ୟ ହରାଇ ସେ ତଳକୁ ଖସି ପଡିଥିଲେ। ତଳେ ଥିବା ସିମେଣ୍ଟ କଂକ୍ରିଟ ଉପରେ ସନ୍ତୋଷ ପଡିଥିବା ବେଳେ ତାଙ୍କ ମୁଣ୍ଡ, ଛାତି ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ରକ୍ତାକ୍ତ ଓ ମୁର୍ମୁଷ ଅବସ୍ଥାରେ ତାଙ୍କୁ ପିପିଲି ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପିପିଲି ପୁଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏସଂପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମୃତ ସନ୍ତୋଷ ବିବାହିତ ହୋଇଥିବା ବେଳେ ମଙ୍ଗଳବାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯିବ ବୋଲି ପୁଲିସ ସୂଚନା ଦେଇଛି। ଏହି ଦୁଃଖଦ ଘଟଣାକୁ ନେଇ ଜୁଣୁପଡିଆ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Leave A Reply