ପିପିଲିରେ ଗାନ୍ଧୀ ଜୟନ୍ତୀ ପାଳିତ

0

ପିପିଲି : ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ବିଭିନ୍ନ ସ୍କୁଲ ଓ କଲେଜରେ ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ସକାଳେ ବଜାର ପରିକ୍ରମା କରିଥିଲେ। ପିପିଲି କଲେଜ ପରିସରରେ ଅଧ୍ୟକ୍ଷ ଡ଼ଃ ଭୀମସେନ କରଙ୍କ ସଭାପତିତ୍ୱରେ ଏହି ଅବସରରେ ଅନୁଷ୍ଠିତ ସଭାରେ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଆୟୋଜିତ ତର୍କ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରଷ୍କୃତ କରାଯାଇଥିଲା। କଲେଜର ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ସଂସ୍ଥାର ପରିଚାଳକ ଅଧ୍ୟାପକ ଆଦିତ୍ୟ ପ୍ରସାଦ ରଥ ଓ ଅଧ୍ୟାପକ ସଚ୍ଚିକାନ୍ତ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଲେଜର ଛାତ୍ରଛାତ୍ରୀମାନେ ପିପିଲି ବଜାର ପରିକ୍ରମା କରିବା ସହ ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିଥିଲେ।

Leave A Reply