ପିପିଲି ନଗର କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

0

ପିପିଲି : ପିପିଲି ନଗର କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠୀର ସାମନ୍ତରାୟଙ୍କ ନେତୃତ୍ୱରେ ପିପିଲି ନଗର କଂଗ୍ରେସ କମିଟି ଓ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ପିପିଲି ହାଟଛକ ଠାରୁ ଏକ ପଦଯାତ୍ରାରେ ଦଳୀୟ ନେତା ଓ କର୍ମୀମାନେ ବାହାରି ପିପିଲି ବଜାର ପରିକ୍ରମା କରିଥିଲେ। ପିପିଲି ଏନ୍‍ଏସି ଡାକବଙ୍ଗଳା ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ସେଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ପୂର୍ବତନ ବିଧାୟକ ଶ୍ରୀସାମନ୍ତରାୟଙ୍କ ସମେତ ପିପିଲି ବ୍ଲକ କଂଗ୍ରେସ କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପିପିଲି ନଗର କଂଗ୍ରେସ କମିଟି ସଭାପତି ସେକ ଆବିଦ ଉଦ୍ଦିନ, ପୂର୍ବତନ ପୌରାଧ୍ୟକ୍ଷା ରୁନୁ ବେହେରା, ପିପିଲି-ଡେଲାଙ୍ଗ ଯୁବ କଂଗ୍ରେସ ସଭାପତି ପ୍ରୀୟବ୍ରତ ସାମନ୍ତରାୟ, ମହିଳା କଂଗ୍ରେସ ନେତ୍ରୀ ନିରୁପମା ପାତ୍ର ପ୍ରମୁଖ ଏଥିରେ ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ସ୍ମୃତିଚାରଣ କରିଥିଲେ।

Leave A Reply