ଜଳୁଛି ହେକ୍ଟର ହେକ୍ଟର ଚାଷ ଜମି

0

ଭୁବନେଶ୍ବର: ଶହ ଶହ ହେକ୍ଟର ଚାଷ ଜମିରେ ନିଆଁ ଜଳୁଥିବା ଦେଖିବାକୁ ମିଳିଛି । ଖୋଦ୍ ଚାଷୀମାନେ ନିଜ ଜମିରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଏଭଳି ଏକ ଅଭାବନୀୟ ଘଟଣା ହରଭଙ୍ଗୀ ବ୍ଲକ ପୀତମ୍ବରପୁର ଓ ଜୟପୁର ଗାଁରେ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଲଘୁଚାପ ଜନିତ ବର୍ଷା ପରେ ଜମିରେ ଚକାଡା ପୋକ ଉପଦ୍ରବ ଦେଖିବାକୁ ମିଳିଛି । ଯାହା ଫଳରେ ହେକ୍ଟର ହେକ୍ଟର ଜମିର ଫସଲ ନଷ୍ଟ ହୋଇଯାଇଛି । ଏନେଇ ଚାଷୀମାନେ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ସେଭଳି କିଛି ସମାଧାନର ବାଟ ବାହାରି ପାରି ନଥିଲା। ଶେଷର ବାଧ୍ୟ ହୋଇ ଚାଷୀମାନେ ନିଜ ଜମିରେ ନିଆଁ ଲାଗାଇ ଦେଇଛନ୍ତି ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଚାଷୀ ହରେକୃଷ୍ଣ ରଣା ନିଜର ଦୁଇ ଏକର ଜମିରେ ନିଆଁ ଲଗାଇ ଦେଇଥିଲେ । ମିଳିଥିବା ସୂଚନା ଅନୁସାରେ ଚାଷୀ ହରେକୃଷ୍ଣ ରଣା ଧାନ ଚାଷ କରିଥିଲେ। ଚକଡା ପୋକ ପ୍ରଭାବରେ ପ୍ରାୟ ଦେଢ ଏକର ଧାନ ଫସଲ ନଷ୍ଟ ହୋଇଛି। ଯାହାକୁ ନେଇ ଚାଷୀ ହରେକୃଷ୍ଣ ରଣା ଚକଡା ପୋକ ଅନ୍ୟ ଜମିରେ ନ ବ୍ୟାପୁ ସେଥିପାଇଁ ସେ ସମସ୍ତ ଚାଷ ଜମିରେ ନିଆଁ ଲଗାଇ ଦେଇଥିଲେ।

Leave A Reply