ଦାଗି ନେତାଙ୍କ ମାମଲା: ଶୁଣାଣି ପାଇଁ ବିହାରର ପ୍ରତି ଜିଲାରେ ଖୋଲିଲା ସ୍ୱତନ୍ତ୍ର କୋର୍ଟ

0

ପାଟନା : ପୂର୍ବତନ ଏବଂ ବର୍ତ୍ତମାନର ସାଂସଦ, ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ଶୁଣାଣି ପାଇଁ ପାଟନା ହାଇକୋର୍ଟ ରାଜ୍ୟର ପ୍ରତି ଜିଲାରେ ସ୍ୱତନ୍ତ୍ର ଅଦାଲତ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ବୁଧବାର ପ୍ରତି ଜିଲାର ସ୍ୱତନ୍ତ୍ର କୋର୍ଟ ପାଇଁ ଜଣେ ଲେଖାଏଁ ଦୌରାଜଜଙ୍କୁ ଚିହ୍ନଟ କରାଯାଇଛି। ହାଇକୋର୍ଟ ଏନେଇ ଖୁବଶୀଘ୍ର ଅଧିସୂଚନା ଜାରି କରିବାକୁ ବିହାର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଜିଲା ଅଦାଲତଗୁଡ଼ିକରୁ ସମସ୍ତ ମାମଲାର ତଥ୍ୟ ସଂଗ୍ରହ କରିବାକୁ ସ୍ୱତନ୍ତ୍ର ଅଦାଲତଗୁଡ଼ିକୁ କୁହାଯାଇଛି।
ପ୍ରକାଶଯୋଗ୍ୟ ଯେ ଡିସେମ୍ବର ୪ରେ ସୁପ୍ରିମକୋର୍ଟ ପାଟନା ଏବଂ ରେକଳ ହାଇକୋର୍ଟଙ୍କୁ ପ୍ରତି ଜିଲାରେ ସ୍ୱତନ୍ତ୍ର ଅଦାଲତ ଖୋଲି ଦାଗି ନେତାଙ୍କ ମାମଲାର ଶୁଣାଣି ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ। ବିଜେପି ନେତା ଅଶ୍ୱିନୀଙ୍କ ଜନସ୍ୱାର୍ଥ ମାମଲାର ବିଚାର ପରି ସୁପ୍ରିମକୋର୍ଟ ଏହି ନିର୍ଦେଶ ଦେଇଥିଲେ। ଏହି କ୍ରମରେ ପାଟନା ହାଇକୋର୍ଟ ପ୍ରତି ଜିଲାରେ ସ୍ୱତନ୍ତ୍ର ଅଦାଲତ ଖୋଲିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବିହାରର ପୂର୍ବତନ ଏବଂ ବର୍ତ୍ତମାନର ସାଂସଦ, ବିଧାୟକଙ୍କ ନାମରେ ପ୍ରାୟ ୩୮୬ଟି ମାମଲାର ବିଚାରଧୀନ ରହିଛି। ଏହା ମଧ୍ୟରୁ ୩୬ଟି ଗୁରୁତର ମାମଲା ରହିଛି। ଏହି ୩୬ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ନେତାଙ୍କୁ ଆଜୀବନ ଜେଲ୍‍ ଦଣ୍ଡାଦେଶ ହେବାର ସମ୍ଭାବନା ମଧ୍ୟ ରହିଛି।

Leave A Reply