ପୁଣି ଭାରରେ ବୁହା ହେଲେ ପ୍ରସୂତି

0

ଚିତ୍ରକୋଣ୍ଡା : ଶୁକ୍ରବାର ପୁଣି ଜଣେ ପ୍ରସୂତି ଭାରରେ ବୁହା ହୋଇଥିବା ଦେଖିବାକୁ ମିଳିଛି । ଏହି ଅଭାବନୀୟ ଘଟଣା ମାଲକାନାଗିରି ଚିତ୍ରକୋଣ୍ଡା ଗୁଣ୍ଠବେଡା ଅଞ୍ଚଳରେ ଘଟିଛି । ପ୍ରସୂତିଙ୍କର ପ୍ରସବ ବେଦନା ହେବାରୁ  ପରିବାର ଲୋକ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ହେଲେ ଗୁଣ୍ଠବେଡ଼ା ପଞ୍ଚାୟତ ଲଛମିପୁର ଗ୍ରାମକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ । ଫଳରେ ପରିବାରଲୋକ ପ୍ରସୂତିଙ୍କୁ ପ୍ରାୟ ୫ କିଲୋମିଟର ଭାରରେ ବୋହି ପଦ୍ମପୁର ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ପ୍ରସୂତିଙ୍କୁ ମେଡିକାଲ ନେଇଥିଲେ । ଭାରରେ ପ୍ରସୂତି ବୁହା ହେବା ଘଟଣା ରାଜ୍ୟରେ ପ୍ରଥମ ନୁହେଁ । ଏଭଳି ଘଟଣା ଅନୁନ୍ନତ  ଅଞ୍ଚଳରେ ବାରମ୍ବାର ଘଟୁଥିଲେ ମଧ୍ୟ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ସ୍ଥାନୀୟଲୋକଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି ।

Leave A Reply