ଧୋନିଙ୍କୁ ଟପିଲେ ପନ୍ତ୍‌

0

ୱିକେଟରକ୍ଷକଭାବେ ଋଷଭ ପନ୍ତ୍‌ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରିଚାଲିଛନ୍ତି। ସଂପ୍ରତି ଚାଲିଥିବା ଟେଷ୍ଟ ସିରିଜରେ ଶନିବାର ସୁଦ୍ଧା ପନ୍ତ୍‌ ମୋଟ ୧୯ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ (କ୍ୟାଚ/ଷ୍ଟମ୍ପ) କରିସାରିଲେଣି। ଏହି ପ୍ରସଙ୍ଗରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଟପିବାରେ ପନ୍ତ୍‌ ସଫଳ ହୋଇଛନ୍ତି। ଧୋନି ୨୦୧୪ରେ ଇଂଲଣ୍ଡ ବିପକ୍ଷ ଓ ୨୦୧୬ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ସର୍ବାଧିକ ୧୭ ଜଣ ଖେଳାଳିଙ୍କୁ ଆଉଟ କରିଥିଲେ। ପନ୍ତ୍‌ ବର୍ତ୍ତମାନ ଦୁଇ ପୂର୍ବତନ ୱିକେଟରକ୍ଷକ ନରେନ ତାମ୍‌ହାନେ ଓ ସୟଦ କିରମାନିଙ୍କ ସମକକ୍ଷ ହୋଇଛନ୍ତି। ତେବେ ସିରିଜରେ ଆଉ ଗୋଟିଏ ଟେଷ୍ଟ ବାକି ଥିବାବେଳେ ପନ୍ତ୍‌ ତାଲିକାର ଶୀର୍ଷକୁ ଉନ୍ନୀତ ହେବା ନିଶ୍ଚିତ ଜଣାପଡୁଛି।

Leave A Reply