ପନୀର ତୱା ମସାଲା

0

ଆବଶ୍ୟକ ସାମଗ୍ରୀ:
ପନୀର- ୨୫୦ଗ୍ରାମ
ଦହି
ଜୀରା- ୧ଚାମଚ
ଜୁଆଣି- ୧ଚାମଚ
କସ୍ତୁରୀ ମେଥି- ୧ଚାମଚ
ପିଆଜ- ୧ଟି
ଅଦା
ହଳଦି ଗୁଣ୍ଡ- ୨ଚାମଚ
ଲଙ୍କା ଗୁଣ୍ଡ- ୨ଚାମଚ
ଧନିଆ ଗୁଣ୍ଡ- ୨ଚାମଚ
ଟମାଟୋ- ୨ଟି
କ୍ରିମ୍‍- ୧ଚାମଚ
ଲେମ୍ବୁ
ଲୁଣ- ସ୍ୱାଦ ଅନୁସାରେ
ଧନିଆ ପତ୍ର
ତେଲ


ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ଗୋଟିଏ ପାତ୍ରରେ ଦହିକୁ ନେଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ। ସେଥିରେ ୧ଚାମଚ ହଳଦୀ ଗୁଣ୍ଡ, ୧ ଚାମଚ ଲଙ୍କା ଗୁଣ୍ଡ, ଅଧା ଚାମଚ କସ୍ତୁରୀ ମେଥି ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ତାପରେ ସେଥିରେ ପନୀରକୁ ପକାଇ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ଗୋଟିଏ କଡେଇରେ ଅଳ୍ପ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ପନୀରକୁ ପକାଇ ହାଲୁକା ଭାଜି ଦିଅନ୍ତୁ। ତାପରେ ପନୀରକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପୁନଶ୍ଚ କଡେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ଜୀରା ଓ ଜୁଆଣି ପକାଇ ଭାଜନ୍ତୁ। ତାପରେ ସେଥିରେ ପିଆଜ,ଅଦା ଓ ରସୁଣ ପକାଇ କିଛି ସମୟ ଭାଜନ୍ତୁ। ପିଆଜ ସୁନେଲୀ ରଙ୍ଗ ହୋଇଗଲେ ସେଥିରେ ଲଙ୍କା ଗୁଣ୍ଡ,ହଳଦି ଗୁଣ୍ଡ,ଧନିଆ ଗୁଣ୍ଡ, ଓ କସ୍ତୁରୀ ମେଥି ପକାଇ ଭଲ ଭାବରେ ଭାଜି ଦିଅନ୍ତୁ। ତାପରେ ସେଥିରେ ବଟା ହୋଇଥିବା ଟମାଟୋ ପକାଇ ୫ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଭାଜନ୍ତୁ।
ବର୍ତ୍ତମାନ ସେଥିରେ ଭଜା ହୋଇଥିବା ପନୀରକୁ ପକାନ୍ତୁ। ସେଥିରେ ଲୁଣ ଓ ଅଧ କପ ପାଣି ଢାଳି ଅଳ୍ପ ଆଞ୍ଚରେ ୧୦ମିନିଟ ପର୍ଯ୍ୟନ୍ତ ଢାଙ୍କୁଣି ଘୋଡାଇ ଛାଡି ଦିଅନ୍ତୁ। ୧୦ମିନିଟ ପରେ ଢାଙ୍କୁଣି କାଢି ସେଥିରେ ଗରମ ମସଲା, କ୍ରୀମ୍‍ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ।ସେଥିରେ ଲେମ୍ବୁ ଚିପୁଡି ଦିଅନ୍ତୁ। ତାପରେ ସେଥିରେ ଧନିଆ ପତ୍ର ପକାନ୍ତୁ। ପ୍ରସ୍ତୁତ ହୋଇଗଲା ପନୀର ତୱା ମସାଲା।

Leave A Reply