ସକାଳୁ ଆଖି ଖୋଲିବା ମାତ୍ରେ ଦେଖନ୍ତୁ ହାତର ପାପୁଲି : ମିଳିବ ଅନେକ ଲାଭ

0

ଜ୍ୟୋତିଷ ଶାସ୍ତ୍ରରେ ଅନେକ ବିଧି ବା ନୀତି ନିୟମ ରହିଥାଏ। ଏହାକୁ ମାନି ଚଳିବା ଦ୍ବାରା ଜୀବନରୁ ଅନେକ ସମସ୍ୟା ଦୂର ହେବା ସହ ଜୀବନ ସୁଖମୟ ହୋଇଥାଏ। ସେହିପରି ଏକ ବିଧି ହେଉଛି ସକାଳୁ ଉଠି ନିଜ ହାତ ପାପୁଲିକୁ ଦେଖିବା।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସକାଳୁ ଉଠି ହାତ ପାପୁଲି ଦେଖିବା ଦ୍ବାରା ଭାଗ୍ୟ ମଜବୁତ୍ ହୋଇଥାଏ। ଆପଣ ପ୍ରୟାସ କରୁଥିବା କାର୍ଯ୍ୟରେ ସଫଳତା ମିଳିବା ସହିତ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହୁଏ। ଏଥିସହିତ ଆପଣଙ୍କ ଶରୀରରେ ସକରାତ୍ମକ ଭାବନା ଓ ଶକ୍ତି ମଧ୍ୟ ସୃଷ୍ଟି ହୋଇଥାଏ।

ଶାସ୍ତ୍ର କହେ, ହାତ ପାପୁଲିର ଅଗ୍ରଭାଗରେ ମା’ଲକ୍ଷ୍ମୀ, ମଝିରେ ମା’ସରସ୍ୱତୀ ଓ ଶେଷରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଅବସ୍ଥାନ କରିଥାଆନ୍ତି। ତେଣୁ ସକାଳୁ ଉଠି ହାତ ପାପୁଲିର ଦର୍ଶନ କରିବା ଅର୍ଥ ଦେବୀ ଦେବତାଙ୍କ ଦର୍ଶନ କରିବା ସହିତ ସମାନ। ସେହିପରି ସକାଳୁ ହାତ ପାପୁଲି ଦର୍ଶନ କଲେ ତୀର୍ଥ ଯାତ୍ରାର ସୁଯୋଗ ମଧ୍ୟ ମିଳିଥାଏ।

Leave A Reply