ଭାରତ ଅଭ୍ୟାସଗତ ଅଭିଯୋଗକାରୀ: ପାକିସ୍ତାନ

0

ଇସଲାମାବାଦ : ଅମୃତସରସ୍ଥିତ ସନ୍ଥ ନିରଙ୍କରୀ ଭବନରେ ଗ୍ରେନେଡ ମାଡ଼ ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‍ଆଇ ହାତ ଥିବା ନେଇ ବୁଧବାର ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‍ଟେନ୍‍ ଅମରିନ୍ଦର ସିଂହଙ୍କ ଅଭିଯୋଗକୁ ପାକିସ୍ତାନ ସରକାର ଗୁରୁବାର ଖଣ୍ଡନ କରିଛନ୍ତି। ଏହାଛଡ଼ା ଭାରତକୁ ‘ଅଭ୍ୟାସଗତ ଅଭିଯୋଗକାରୀ’ ବୋଲି ପାକିସ୍ତାନ ଦର୍ଶାଇଛି। ଭାରତ ସରକାର ନିଜର ଦୁର୍ବଳତା ଢ଼ାଙ୍କିବାକୁ ସବୁବେଳେ ଏମିତି ପାକିସ୍ତାନ ଉପରେ ଦୋଷ ଲଦିଥାଆନ୍ତି। ଆଗକୁ ନିର୍ବାଚନ ଥିବାରୁ ଭାରତ ଏଭଳି ଅଭିଯୋଗ ଆଣିଛି ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି। ଖଲିସ୍ତାନ ଲିବରେସନ୍‍ ଫ୍ରଣ୍ଟ ମାଧ୍ୟମରେ ଆଇଏସ୍‍ଆଇ ଏଭଳି ଆକ୍ରମଣର ଷଡ଼ଯନ୍ତ୍ର କରିଛି ବୋଲି ବୁଧବାର ଜଣେ ଅଭିଯୁକ୍ତ ବିକ୍ରମଜିତ ସିଂହର ଗିରଫ ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ଦାବି କରିଥିଲେ। ଆକ୍ରମଣରେ ବ୍ୟବହୃତ ଗ୍ରେନେଡ ପାକିସ୍ତାନରେ ନିର୍ମିତ ବୋଲି ଅମରିନ୍ଦର କହିଥିଲେ।

Leave A Reply