ମାନିଲା ପାକ୍‌; କାଶ୍ମୀର ପ୍ରସଙ୍ଗରେ କୌଣସି ଦେଶରୁ ମିଳୁନି ସମର୍ଥନ, କେହି ପାକିସ୍ତାନକୁ ଗୁରୁତ୍ଵ ଦେଉନାହାନ୍ତି

0

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରୁ କେନ୍ଦ୍ର ସରକାର ୩୭୦ ଧାରା ଉଚ୍ଛେଦ କରିବା ପରେ ପାକିସ୍ତାନ ଭାରତ ବିରୋଧୀ ଆଭିମୁଖ୍ୟକୁ ଜୋରଦାର କରିଛି। ବାରମ୍ବାର ଯୁଦ୍ଧ ଧମକ ଦେଉଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିବାରେ ଲାଗି ପଡ଼ିଛି। କିନ୍ତୁ କୌଣସି ଦେଶ ପାକିସ୍ତାନକୁ ସମର୍ଥନ କରୁନାହାନ୍ତି। ଶେଷରେ ପକିସ୍ତାନ ନିଜେ ଏକଥା ସ୍ବୀକାର କରିଛି।

ପାକିସ୍ତାନ ଗୃହମନ୍ତ୍ରୀ ବ୍ରିଗେଡିୟର ଏଜାଜ ଅହମଦ ଶାହ ଏହା ସ୍ବୀକାର କରି କହିଛନ୍ତି, କାଶ୍ମୀର ପ୍ରସଙ୍ଗରେ କୌଣସି ଶେ ପାକିସ୍ତାନକୁ ସମର୍ଥନ ଦେଉନାହାନ୍ତି। ଇସଲାମାବାଦ କାଶ୍ମୀର ପ୍ରସଙ୍ଗରେ ନିଜ ଆଭିମୁଖ୍ୟରେ ଅନ୍ତର୍ଜାତୀୟ ସମୁଦାୟର ସମର୍ଥନ ହାସଲ କରିବାରେ ବିଫଳ ହୋଇଛି। ଏହା ସହିତ ବିଶ୍ଵରେ ପାକିସ୍ତାନର ଛବି ଖରାପ ହୋଇଥିବାରୁ ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ସରକାର ଦୋଷୀ ବୋଲି କହିଛନ୍ତି।

ଏଜାଜ ଅହମଦ ଏକ ଟିଭି ଚ୍ୟାନେଲ ସହିତ ଆଲୋଚନା କରିବା ସମୟରେ କହିଛନ୍ତି, ଅନ୍ତର୍ଜାତୀୟ ସମୁଦାୟକୁ ଆମ ଉପରେ ବିଶ୍ଵାସ ନାହିଁ। ଯେତେବେଳେ ଆମେ କହୁଛୁ ଯେ ଭାରତ କାଶ୍ମୀରରେ କର୍ଫ୍ୟୁ ଲଗାଇଛି ଏବଂ ସେଠାକାର ଲୋକମାନଙ୍କୁ ଔଷଧ ଦେଉନାହାନ୍ତି, ସେତେବେଳେ ବିଶ୍ଵ ଆମ ଉପରେ ବିଶ୍ଵାସ କରୁନାହିଁ। କିନ୍ତୁ ଯଦି ଭାରତ କିଛି କହୁଛି, ତେବେ ବିଶ୍ଵ ସମୁଦାୟ ତାହାକୁ ବିଶ୍ଵାସ କରୁଛି। ଦୁନିଆ ଆମ କଥାକୁ ଗମ୍ଭୀରତାର ସହ ନେଉନାହିଁ। ବିଶ୍ଵରେ ଯଦି ପାକିସ୍ତାନର ଛପି ଖରାପ ହୋଇଥାଏ, ତେବେ ଏଥିପାଇଁ ଇମ୍ରାନଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋ, ପରଭେଜ ମୁଶରଫ ଦାୟୀ ବୋଲି ଏଜାଜ କହିଛନ୍ତି।

Leave A Reply