ଉତ୍ତରପ୍ରଦେଶରେ ୧୦୦ରୁ ଊର୍ଦ୍ଧ୍ବ ଗୋରୁ ମଡ଼କ, ତଦନ୍ତ ନିର୍ଦେଶ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଜାଫରନଗର ଜିଲାରେ ଦୁଇ ଦିନରେ ୧୦୦ରୁ ଊର୍ଦ୍ଧ୍ବ ଗୋରୁଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ଖେଳିଯାଇଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ ନିର୍ଦେଶ ଦିଆଯାଇଛି।
ବାହାରେ ଚରୁଥିବା ସମୟରେ ଏବଂ ଚରିକି ଘରକୁ ଫେରିବା ପରେ ଗୋରୁଙ୍କ ମୃତ୍ୟୁ ଘଟିଛି। ତେଣୁ ବିଷାକ୍ତ ଘାସ କିମ୍ବା ବିଷାପ୍ତ ପାଣି ପିଇ ଗୋରୁଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଗୋରୁ ମଡ଼କ ଅଞ୍ଚଳକୁ ରାଜସ୍ୱ ଏବଂ ପଶୁ ଚିକିତ୍ସା ବିଭଗର ଏକ ଦଳକୁ ପଠାଯାଇଛି।

Leave A Reply