ଖୁବଶୀଘ୍ର ବଜାରକୁ ଆସିବ ‘ଓପୋ ଏଫ୍‍-୯ ପ୍ରୋ

0

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତୀୟ ବଜାରରେ ଓପୋ ଏଫ୍‍-୯ ପ୍ରୋ ସ୍ମାର୍ଟ ଫୋନ୍‍ ଉପଲବ୍ଧ ହେବ। ଏହି ସ୍ମାର୍ଟ ଫୋନ୍‍ରେ ଅନେକ ବିଶେଷତ୍ୱ ରହିଛି। ମାତ୍ର ୫ ମିନଟ୍‍ ଚାର୍ଜ କଲେ ଏହା ୨ ଘଣ୍ଟା ବ୍ୟାଟେରୀ ବ୍ୟାକଅପ୍‍ ଦେବ।
ଆସନ୍ତୁ ଜାଣିବା ‘ଓପୋ ଏଫ୍‍-୯ ପ୍ରୋ’ ର ବିଶେଷତ୍ୱ
‘ଓପୋ ଏଫ୍‍-୯ ପ୍ରୋ’ ରେ ଆପଣ ଡୁଆଲ କ୍ୟାମେରା ସେଟଅପ୍‍ ପାଇପାରିବେ। ଏହାସହ ଏହାର ପଛପଟେ ଫିଙ୍ଗରପ୍ରିଣ୍ଟ ସେନସର ଦିଆଯାଇଛି। ଏଥିରେ ଆଇଫୋନ୍‍ ଏକ୍ସ ଭଳି କଟ-ଆଉଟ ଡିସ୍‍ପ୍ଲେ ମିଳିବ। ଫୋନ୍‍ରେ ୟୁଏସବି ଚାର୍ଜିଙ୍ଗ୍‍ ପୋର୍ଟ , ୩.୫ଏମ୍‍ଏଚ୍‍ର ହେଡ୍‍ଫୋନ୍‍ ଜ୍ୟାକ୍‍ ଏବଂ ଭିଓଓସି ଫ୍ଲାସ୍‍ ଚାର୍ଜିଙ୍ଗ ସୁବିଧା ରହିଛି। ଏହି ଫ୍ଲାସ୍‍ ଚାର୍ଜିଙ୍ଗ୍‍ରେ ମାତ୍ର ୫ମିନିଟ୍‍ ଚାର୍ଜ କଲେ ଆପଣ ଦୁଇଘଣ୍ଟାର ବ୍ୟାଟେରୀ ବ୍ୟାକ୍‍ଅପ୍‍ ପାଇପାରିବେ।
‘ଓପୋ ଏଫ୍‍-୯ ପ୍ରୋ’ର ଅନ୍ୟ ବିଶେଷତ୍ୱ
ଏଥିରେ ଆଣ୍ଡ୍ରଏଡ୍‍ ଓରିୟୋ ୮.୧ ସହିତ ୬.୩ଇଞ୍ଚ୍‍ ର ଫୁଲ୍‍ ଏଚ୍‍ଡି ଡିସ୍‍ପ୍ଲେ ରହିଛି। ଏହାବ୍ୟତୀତ ଏଥିରେ ୨.୦ ଗିଗା ହର୍ଜ ର ମିଡିୟାଟେକ୍‍ ହିଲିୟୋ ପି-୬୦ ଅକ୍ଟାକୋର ପ୍ରୋସେସର୍‍, ୪ଜିବି ରାମ୍‍ ଏବଂ ୬୪ଜିବି ଷ୍ଟୋରେଜ୍‍ ମିଳିବ ଯାହାକୁ ଆପଣ ମେମୋରୀ କାର୍ଡ ମାଧ୍ୟମରେ ବଢାଇ ପାରିବେ।

‘ଓପୋ ଏଫ୍‍-୯ ପ୍ରୋ’ ର କ୍ୟାମେରା
ଏଥିରେ ଡୁଆଲ ରିୟର କ୍ୟାମେରା ସେଟ୍‍ଅପ୍‍ ରହିଛି ଯେଉଁଥିରୁ ଗୋଟିଏ କ୍ୟାମେରା ୧୬ ମେଗାପିକ୍ସେଲ ଏବଂ ଅନ୍ୟଟି ୨ମେଗାପିକ୍ସେଲ୍‍, ଏହାର ଆଗପଟ କ୍ୟାମେରା ୨୫ମେଗାପିକ୍ସେଲର ରହିଛି। କ୍ୟାମେରା ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସପୋର୍ଟ ମିଳିବ। ଏହି ଫୋନ୍‍ରେ ୩୫୦୦ଏମ୍‍ଏଚର ବ୍ୟାଟେରୀ ମିଳିବ ଏବଂ କନିଙ୍ଗ୍‍ ଗରିଲା ଗ୍ଲାସ୍‍ ମିଳିବ। କିଛିଦିନପୁର୍ବେ ଗରିଲା ଗ୍ଲାସ୍‍-୬ ଲଞ୍ଚ୍‍ ହୋଇଥିଲା। ଯାହାକୁ ନେଇ କମ୍ପାନୀ କହିଥିଲା ଏହି ଗ୍ଲାସ ଯେତେଥର ତଳେ ପଡିଲେ ମଧ୍ୟ ଭାଙ୍ଗିବନି। ଏହାସହିତ ଫୋନ୍‍ରେ ଗରିଲା ଗ୍ଲାସ-୬ ଦେବାରେ ଓପୋ ବିଶ୍ୱର ପ୍ରଥମ କମ୍ପାନୀ ହେବ।

Leave A Reply