ବାହାରେ ମଳତ୍ୟାଗ କରିବାରୁ ହତ୍ୟା

0

ଡାଲ୍‍ଟୋନଗଞ୍ଜ: ବାହାରେ ମଳତ୍ୟାଗ କରିବାରୁ ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଜୀବନ ଦେବାକୁ ପଡ଼ିଛି। ଝାଡ଼ଖଣ୍ଡର ପାଲାମୁ ଜିଲାର ସୁକ୍ରା ବଜାରଠାରେ ଏଭଳି ଘଟଣା ଘଟିଛି। ମୃତକଙ୍କ ନାମ ମ୍ୟାନେଜର ରାମ୍‍ ବୋଲି ପୁଲିସ କହିଛି।
ପୁଲିସ ସୂଚନା ଅନୁଯାୟୀ, ରାମ ବାହାରେ ଝାଡ଼ା ବସିବାରୁ ତାଙ୍କ ପଡ଼ୋଶୀ ଛୋଟୁ କୁମାର କଟୁ କଥା କହିଥିଲେ। ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା। କିଛି ସମୟ ପରେ ଛୋଟୁ ତାଙ୍କ ଦୁଇ ଭାଇ ମହେନ୍ଦ୍ର ଓ ସଞ୍ଜୟ ସହିତ ରାମଙ୍କ ଘରେ ପଶି ଆକ୍ରମଣ କରିଥିଲେ। ଏଥିରେ ରାମ୍‍ଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣରେ ଛୋଟୁଙ୍କ ମା’ ମଧ୍ୟ ସାମିଲ୍‍ ଥିବା ପୁଲିସ କହିଛି। ରାମଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସଞ୍ଜୟଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଚାରିଜଣ ଫେରାର ଅଛନ୍ତି।

Leave A Reply