ଅନ୍‌ଲାଇନ୍‌ ଔଷଧ ବିକ୍ରି ବନ୍ଦ କଲେ ଦିଲ୍ଲୀ ହାଇକୋର୍ଟ

0

ନୂଆଦିଲ୍ଲୀ  . – ଦିଲ୍ଲୀ ହାଇକୋର୍ଟ ଅନ୍‌ଲାଇନ୍‌ ଔଷଧ ବିକ୍ରୀ ବନ୍ଦ କରିବା  ପାଇଁ ନିର୍ଦେଶ ଦେଇଛନ୍ତି ।  ଭାରତୀୟ ଔଷଧ ଓ କସ୍‌ମେଟିକ ଆଇନ ୧୯୪୦ ଓ ଫାର୍ମସୀ ଆଇନ ୧୯୪୮ ଅନୁସାରେ ଅନ୍‌ ଲାଇନ୍‌ ଔଷଧ ବିକ୍ରିକୁ ନିଷେଧ କରିଛନ୍ତି । ଜଷ୍ଟିସ ରାଜେନ୍ଦ୍ର ମେନନ୍‌ ଓ ଜଷ୍ଟିସ୍ ଭି କାମେଶ୍ୱର ରାଓଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।  ଡକ୍ଟର ଜହୀର ଅହମ୍ମଦ ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ।

ଅକ୍ଟୋବର ୬ ତାରିଖରେ ଏହି ମାମଲାର ଶୁଣାଣୀବଳେ ଅଦାଲତ କେନ୍ଦ୍ର ସରକରା ,ଦିଲ୍ଲୀର ରାଜ୍ୟ ସରକାର ଓ ଔଷଧ ମାନ ନିୟନ୍ତ୍ରଣ ସଂସ୍ଥାନଙ୍କ ମତାମତ ଲୋଡ଼ିଥିଲେ । ଆସନ୍ତା ବର୍ଷ ମେ ୨୫ ତାରିଖରେ ଏ ମାମଲାରେ ପୁଣି ଶୁଣାଣୀ ହେବ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି ।

ଅନ୍‌ଲାଇନ୍‌ରେ ଔଷଧ ବିକ୍ରୀ ହେବା ଦ୍ୱାରା ଏହାର ଅପ ବ୍ୟବହାର ହେବା ଆଶଙ୍କା ଅଛି ବୋଲି ଡକ୍ଟର ଅହମ୍ମଦ ନିଜ ପିଟିସନ୍‌ରେ ଦର୍ଶାଇଥିଲେ । ଏପରି କି କେତକ ନିଶା ଔଷଧକୁ ମଧ୍ୟ  ନାବାଳକ ଓ ଯୁବ ଗୋଷ୍ଠୀ ଅନ୍‌ଲାଇନ୍‌ କଣିପାରିବେ ବୋଲି ଆଶଙ୍କା କରିଥିଲେ ।

Leave A Reply