ଆମେରିକାର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ମୃତ୍ୟୁ

0

ୱାଶିଂଟନ: ବିଶ୍ୱର ବୟୋବୃଦ୍ଧ ବ୍ୟକ୍ତି ରିଚାର୍ଡ ଓଭରଟନ୍‍ଙ୍କ ୧୧୨ ବର୍ଷ ବୟସରେ ମୃତ୍ୟୁ ଘଟିଛି। ଟେକ୍କାସର ଅଷ୍ଟିନ୍‍ଠାରେ ଥିବା ଏକ ଜରାଶ୍ରମରେ ତାଙ୍କର ଗତ ଗୁରୁବାର ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ଧରି ନିମୋନିଆ ରୋଗରେ ପୀଡ଼ିତ ଥିବାରୁ ଚିକିତ୍ସାଧୀନ ଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଅମଳର ରିଚାର୍ଡ ୨୦୧୩ରେ ହ୍ୱାଇଟ୍‍ ହାଉସ ଯାଇ ଆମେରିକା ରାଷ୍ଟ୍ରପତି ବାରାକ୍‍ ଓବାମାଙ୍କୁ ଭେଟିଥିଲେ। ଓଭରଟନ୍‍ଙ୍କ ୧୧୧ ତମ ଜନ୍ମଦିନରେ ସେ ରହୁଥିବା ଗଳିର ନାମ ତାଙ୍କ ନାମାନୁସାରେ ନାମିତ କରାଯାଇଥିଲା। ୧୯୦୬ ମେ ୧୧ ତାରିଖରେ ଜନ୍ମିତ ଓଭରଟନ୍‍ ଆମେରିକାର ସୈନ୍ୟବାହିନୀରେ ଯୋଗ ଦେଇ ୧୯୪୨ ଓ ୧୯୪୫ରେ ଯୁଦ୍ଧରେ କମାଣ୍ଡାଣ୍ଟ ଥିଲେ। ସେନାରୁ ଅବସର ନେବା ପରେ ସେ ଏକ ଫର୍ଣ୍ଣଚର ଦୋକାନ ଓ ପରେ ଟ୍ରେଜେରିରେ ଚାକିରି କରିଥିଲେ।

Leave A Reply