ଓଏଏସ୍‌ ସ୍ତରରେ ଅଦଳବଦଳ

0

ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବାରେ ଆଜି ସରକାର ଅଦଳବଦଳ କରିଛନ୍ତି। ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ସଚିବ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ କୃଷକମାନଙ୍କ ପାଇଁ ଆରମ୍ଭ ହୋଇଥିବା କାଳିଆ ଯୋଜନାର ଅଫିସର୍ ଅନ୍ ସ୍ପେଶାଲ ଡ୍ୟୁଟି (ଓଏସ୍‌ଡି) ନିଯୁକ୍ତ କରାଯାଇଛି। ଏଥିସହ ସେ ପୂର୍ବପରି ଓଡ଼ିଶା ଭର୍ଚ୍ଚୁଆଲ ଏକାଡେମୀର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରିବେ।
ସେହିପରି ବିଏମ୍‌ସିର ଯୁଗ୍ମ ଆୟୁକ୍ତ ଭାବେ କାର୍ଯ୍ୟ କରୁଥିବା ବିମଳେନ୍ଦୁ ରାଏଙ୍କୁ ସମବାୟ ବିଭାଗର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଏଥିସହ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ରେ ମୁଖ୍ୟ ପରିଚାଳକ (ପରିଚାଳନା) ଭାବେ କାର୍ଯ୍ୟରତ ବିଜୟ କୁମାର ସ୍ବାଇଁଙ୍କୁ ସମବାୟ ବିଭାଗର ଯୁଗ୍ମ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ବିଏମ୍‌ସିରେ ଉପ ଆୟୁକ୍ତ ଭାବେ କାର୍ଯ୍ୟରତ ଶୁଭ୍ରାଂଶୁ ​‌ମିଶ୍ରଙ୍କୁ ଓଡ଼ିଶା କୃଷି ବିପଣନ ବୋର୍ଡର ଓଏସ୍‌ଡି ଭାବେ ବଦଳି କରାଯାଇଛି। ଏଥିସହ ବିଡିଏର ଆବଣ୍ଟନ ଅଧିକାରୀ ଥିବା ରୂପକ କୁମାର ପଟ୍ଟନାୟକଙ୍କୁ ବିଏମ୍‌ସିର ଉପ ଆୟୁକ୍ତ ଭାବେ ନିଯୁକ୍ତ କରାଯାଇ ତାଙ୍କ ସ୍ଥାନରେ ବିଏମ୍‌ସିରେ ଉପ ଆୟୁକ୍ତ ଥିବା ଦୀପ୍ତିରାଣୀ ସାହୁଙ୍କୁ ଅବସ୍ଥାପିତ କରାଯାଇଛି।
ଘଙ୍ଗାପାଟଣା ସ୍ଥିତ ରାଜସ୍ବ ସେବା ଅଧିକାରୀ ପ୍ରଶିକ୍ଷଣ ଅନୁଷ୍ଠାନ ପ୍ରଶାସନିକ ଅଧିକାରୀ ପ୍ରବୀର କୁମାର ଖିଲାର୍‌ଙ୍କୁ ବିଏମ୍‌ସିରେ ଉପ ଆୟୁକ୍ତ ଭାବେ ନୂଆ ନିଯୁକ୍ତି ମିଳିଛି।

Leave A Reply