ଡିଜେଲ ଟାଙ୍କିରେ ଚଢାଉ, ମେସିନ ଜବତ

0

ପିପିଲି: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସିଉଲା ଛକ ସ୍ଥିତ ଇଣ୍ଡିଆନ୍‍ ଅଏଲ୍‍ର ଶ୍ରୀକ୍ଷେତ୍ର ଫିଲିଙ୍ଗ ଷ୍ଟେସନର ହାଇସ୍ପିଡ୍‍ ଡିଜେଲ ୟୁନିଟ୍‍କୁ ଗୁରୁବାର ଦିନ ଯୋଗାଣ ବିଭାଗ ପକ୍ଷରୁ ଜବତ କରାଯିବା ସହ ସିଲ କରାଯାଇଛି । ଏହାର ଲାଇସେନ୍ସ ନବୀକରଣ ହୋଇନଥିବାରୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଫିଲିଙ୍ଗ ଷ୍ଟେସନର ଡିଜେଲ୍‍ ମେସିନକୁ ଜବତ କରାଯାଇଥିବା ସଂପର୍କରେ ପିପିଲିର ଯୋଗାଣ ଅଧିକାରୀ ଦିପ୍ତିରଞ୍ଜନ ଇନ୍ଦ୍ରସିଂହ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ହାଇସ୍ପିଡ୍‍ ଡିଜେଲ ବିକ୍ରୀ ପାଇଁ ୨୦୧୮-୧୯ ମସିହା ନିମନ୍ତେ ଏହି ଶ୍ରୀକ୍ଷେତ୍ର ଫିଲିଙ୍ଗ ଷ୍ଟେସନର ଲାଇସେନ୍ସ ନବୀକରଣ ହୋଇନଥିବା ବେଳେ ପୂର୍ବପରି ଏଠାରେ ଡିଜେଲ ବିକ୍ରି ଚାଲିଥିବା ସଂପର୍କରେ ଜଣାପଡିବା ପରେ ଏସଂପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁରୀ ଜିଲାପାଳ ଜ୍ୟୋତିପ୍ରକାଶ ଦାସ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାଇ ଜିଲା ଯୋଗାଣ ବିଭାଗର ଏନ୍‍ଫୋର୍ସମେଣ୍ଟ ସ୍କ୍ୱାର୍ଡର ମୁଖ୍ୟ ତଥା ଏସିଏସ୍‍ଓ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ମାପ ଓ ଓଜନ ବିଭାଗର ସହକାରୀ ନିୟନ୍ତ୍ରକ ଗୋପାଳ ସାମନ୍ତରାୟ, ପୁରୀ ମ୍ୟୁନିସିପାଲଟି ଯୋଗାଣ ଅଧିକାରୀ ଜାନକୀ ଭୂଷଣ ହାବଡାସିଂହ, ପିପିଲି ବ୍ଲକ ଯୋଗାଣ ଅଧିକାରୀ ଦିପ୍ତିରଞ୍ଜନ ଇନ୍ଦ୍ରସିଂହ , ପୁରୀ ସଦର ଯୋଗାଣ ଅଧିକାରୀ ସତ୍ୟବ୍ରତ, ନିମାପଡା ମାପ ଓ ଓଜନ ବିଭାଗର ନିରଞ୍ଜନ ଦାସ ପ୍ରମୁଖ ଗୁରୁବାର ଉକ୍ତ ଟାଙ୍କି ଉପରେ ଚଡାଉ କରିଥିଲେ । ଚଢାଉ ସମୟରେ ସେଠାରେ ଡିଜେଲ ବିକ୍ରି କରାଯାଉଥିବା ଜଣାପଡିବା ପରେ ଉକ୍ତ ଡିଜେଲ ୟୁନିଟ୍‍ର ମେସିନକୁ ଜବତ କରାଯାଇ ତାହାକୁ ସିଲ କରାଯାଇଥିଲା । ଏସଂପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଥିବା ଓ ଏକ ମାମଲା ରୁଜୁ କରାଯିବ ବୋଲି ପିପିଲି ବ୍ଲକ ଯୋଗାଣ ଅଧିକାରୀ ଦିପ୍ତିରଞ୍ଜନ ଇନ୍ଦ୍ରସିଂହ ସୂଚନା ଦେଇଛନ୍ତି ।

Leave A Reply