ଓଡ଼ିଆ ବିଶ୍ଵବିଦ୍ୟାଳୟ ଜମି ଚିହ୍ନଟ ପାଇଁ ଜିଲାପାଳଙ୍କ ସତ୍ୟବାଦୀ ଗସ୍ତ

0

ସୁଆଣ୍ଡୋ: ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ  ଆବଶ୍ୟକ ଜମି ନିରୁପଣ କରିବା ପାଇଁ ପୁରୀ ଜିଲାପାଳ ଜ୍ୟୋତି ପ୍ରକାଶ ଦାଶ ଶୁକ୍ରବାର ସତ୍ୟବାଦୀ ଗସ୍ତରେ ଆସିଥିଲେ। ସତ୍ୟବାଦୀ ଗୋପୀନାଥ ଦେବଙ୍କ ନାମରେ ଥିବା ବ୍ରହ୍ମଚାରୀ ନଡ଼ିଆ ବଗିଚା ସହିତ ତତ୍ ସଂଲଗ୍ନ ଅଞ୍ଚଳ ବୁଲି ଦେଖିଥିଲେ। ମନ୍ଦିର କାର୍ୟ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର ଓ ଅମିନ ନକ୍ସା ଦେଖାଇ ଜମି ଚିହ୍ନଟ କରିଥିଲେ । ବିଶ୍ୱବିଦ୍ୟାଳୟ ପାଇଁ ଶୁକ୍ରବାର ଦିନ ଜିଲାପାଳଙ୍କ ସହିତ ଜିଲା ପ୍ରକଳ୍ପ ଅଧିକାରୀ ଡଃ ଉଦ୍ଧବ ଚନ୍ଦ୍ର ମାଝୀଙ୍କର ପ୍ରଥମ ପ୍ରଶାସନିକ ଗସ୍ତ ଥିଲା । ଜିଲାପାଳ ବକୁଳବନ ପରିଦର୍ଶନ କରିଥିଲେ ।

Leave A Reply