ଓସିଏଲ କ୍ୟାମ୍ପସରେ ଉତ୍ତେଜନା

0

ସୁନ୍ଦରଗଡ: ରାଜଗାଙ୍ଗପୁର ଓସିଏଲ କ୍ୟାମ୍ପସ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି। ଆଦିବାସୀମାନେ କ୍ୟାମ୍ପସ ମଧ୍ୟକୁ ଧସେଇ ପଶିଛନ୍ତି। ଓସିଏଲର ତୃତୀୟ ସଂପ୍ରସାରଣ ନିମନ୍ତେ ଜନଶୁଣାଣିକୁ ବିରୋଧ କରି ଉତ୍ତେଜନା ଦେଖାଦେଇଛି। କ୍ୟାମ୍ପସରୁ ଆଦିବାସୀମାନଙ୍କୁ ବାହାର କରିବା କରିବା ପରେ ସେମାନେ ଓସିଏଲର ଗେଟ ବାହାରେ ଧାରଣା ଦେଇଛନ୍ତି। କ୍ୟାମ୍ପସ ପରିସରରେ ଉତ୍ତେଜନା ସୃଷ୍ଟି ହେବା ପରେ ଏସପିଙ୍କ ନେତୃତ୍ବରେ ୨୫ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି।
ସପକ୍ଷବାଦୀମାନେ କମ୍ପାନୀ ପରିସରରେ ପହଞ୍ଚି ଓସିଏଲ ଦ୍ବାରା ଆଦିବାସୀମାନେ ନିଯୁକ୍ତି ପାଇବା କଥା ଉପସ୍ଥାପନା କରିବା ପରେ ଉଭୟ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଥିଲେ। ପୂର୍ବରୁ ଆଦିବାସୀମାନେ ବିରୋଧ କରିବା ଦ୍ବାରା ଦୁଇଥର ଜନଶୁଣାଣି ବାତିଲ ହୋଇଥିଲା।

Leave A Reply