ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ

0

କଟକ: ଆଜି ହେଉଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ। ଏଥିପାଇଁ ସାରା ପଶ୍ଚିମ ଓଡିଶା ଚଳଚଞ୍ଚଳ ହୋଇ ଉଠିଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇଙ୍କ ପୀଠ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି। ମାଆ ସମଲେଇଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ଲୋକମାନେ ନୂଆ ଖାଇଛନ୍ତି। ସମସ୍ତ ଘରେ ଘରେ ପିଠାପଣାର ପ୍ରସ୍ତୁତି ମଧ୍ୟ ହୋଇଛି। ଆଜି ଭୋର ସମୟରୁ ମାଆ ସମଲେଇଙ୍କ ମନ୍ଦିର ଖୋଲା ଯାଇଥିଲା। ମାଆଙ୍କ ନିକଟରେ ନୂଆ ଶାଢୀ, ଅଳଙ୍କାର ଲାଗିବା ପରେ ସମସ୍ତ ରୀତିନୀତି ଆରମ୍ଭ ହୋଇଛି। ପରିବାରକୁ ଦୂରଦୁରାନ୍ତରୁ ସମସ୍ତ ସଦସ୍ୟମାନେ ଆସି ଏକାଠି ହୋଇ ଏହି ପର୍ବ ପାଳନ କରିଥାନ୍ତି। ସାନ ମାନେ ବଡମାନଙ୍କ ଆଶୀର୍ବାଦ ନେଇଥାନ୍ତି। ପିଠାପଣା ଓ ନୁଆ ଖାଇ ସମସ୍ତେ ଏହି ଦିନଟିକୁ ପାଳନ କରିଥାନ୍ତି। ଖାଇବା ସହ ନାଚଗୀତର ଆସର ମଧ୍ୟ ଖୁବ ଜମିଥାଏ। ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମମାନ ଆୟୋଜନ କରାଯାଇଥାଏ।

Leave A Reply