ହାତରେ ମଇଳା ସଫା ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ

0

ନୂଆଦିଲ୍ଲୀ: ଭାରତରେ ପାଇଖାନା ଓ ସ୍ୱେରେଜ୍‍ ଟାଙ୍କି ହାତରେ ସଫା କରିବା ସମୟରେ ଲୋକମାନଙ୍କର ମୃତ୍ୟୁ ଘଟଣାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରି କହିଛନ୍ତି, ବିଶ୍ୱର କୌଣସି ଦେଶରେ ଲୋକମାନଙ୍କୁ ଏଭଳି ଗ୍ୟାସ୍‍ ଚାମ୍ବର୍‍ଗୁଡ଼ିକୁ ପଠାଯାଇ ମୃତ୍ୟୁବରଣ କରିବାକୁ ଦିଆଯାଉ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି, ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ପରେ ମଧ୍ୟ ଜାତିଭିତ୍ତିକ ବାଛବିଚାର ତଥାପି ପ୍ରଚଳିତ ରହିଛି।

ଜଷ୍ଟିସ୍‍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ୍‍ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍‍ କେ. କେ. ବେଣୁଗୋପାଳଙ୍କୁ କହିଛନ୍ତି, ମଇଳା ସଫା କରୁଥିବା ଏବଂ ଏଭଳି କାମରେ ନିୟୋଜିତ ବ୍ୟକ୍ତିମାନଙ୍କୁ ଅମ୍ଳଜାନ ସିଲିଣ୍ଡର୍‍ ଓ ମୁଖା କାହିଁକି ଯୋଗାଇ ଦିଆଯାଉ ନାହିଁ। ବେଞ୍ଚ କହିଛନ୍ତି ଯେ ସମସ୍ତ ମଣିଷ ସମାନ କିନ୍ତୁ ସମସ୍ତଙ୍କୁ ସମାନ ସୁବିଧା କାହିଁକି ଯୋଗାଇ ଦିଆଯାଉ ନାହିଁ।

Leave A Reply