ଲୋକସଭା ନିର୍ବାଚନ-୨୦୧୯ : ୯୧ଟି ଆସନ ପାଇଁ ବିଜ୍ଞପ୍ତି ଜାରି

0

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ସୋମବାର ଠାରୁ  ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୧ରେ ଅନୁଷ୍ଠିତ ହେବାକୁ ଥିବା ୯୧ଟି ଆସନ ପାଇଁ ଗେଜେଟ ବିଜ୍ଞପ୍ତି ଜାରି ହେବା ସହ ଔପଚାରିକ ଭାବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ବ୍ୟତୀତ ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ ଏବଂ ସିକିମର ସମସ୍ତ ବିଧାନସଭା ଆସନ ଓ ଓଡ଼ିଶାର ୧୪୭ ଆସନରୁ ୨୮ଟି ଆସନ ପାଇଁ ମଧ୍ୟ  ଗେଜେଟ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଜାରି ହେବା ସହ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନା ଯୋଗ୍ୟ ଦେଶର ୫୪୩ଟି ଲୋକସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏପ୍ରିଲ ୧୧ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଆନ୍ଧ୍ରପ୍ରଦେଶର ୨୫, ଉତ୍ତରପ୍ରଦେଶର ୮, ମହାରାଷ୍ଟ୍ରର ୭, ଆସାମ ଓ ଉତ୍ତରାଖଣ୍ଡର ୫, ବିହାର ଓ ଓଡ଼ିଶାର ୪, ଅରୁଣାଚଳପ୍ରଦେଶ, ମେଘାଳୟ, ପଶ୍ଚିମବଙ୍ଗ ଓ ଜାମ୍ମୁ କାଶ୍ମୀରର ୨, ଛତିଶଗଡ, ମିଜୋରାମ, ସିକିମ, ତ୍ରିପୁରା, ମଣିପୁର, ଆଣ୍ଡାମାନ ନିକୋବର ଏବଂ ଲାକ୍ଷାଦ୍ଵୀପର ଗୋଟିଏ ଲେଖାଏଁ ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ଆନ୍ଧ୍ର ପ୍ରଦେଶର ୧୭୫, ଅରୁଣାଚଳ ପ୍ରଦେଶର ୬୦, ସିକିମର ୩୨ ଓ ଓଡ଼ିଶାର ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ।

ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ମାର୍ଚ୍ଚ ୨୫ତାରିଖ, ଯାଞ୍ଚ ପାଇଁ ମାର୍ଚ୍ଚ ୨୬ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ମାର୍ଚ୍ଚ ୨୮ ତାରିଖ ଧାର୍ଯ୍ୟ କରାଯାଇଛି।

Leave A Reply