ନୋକିଆର ଏହି ଦୁଇଟି ଫୋନରେ ମିଳିବ ରିଆତି

0

ନୂଆଦିଲ୍ଲୀ : ଏଚଏମଡି ଗ୍ଲୋବାଲ ଗତବର୍ଷ ଭାରତରେ ନୋକିଆର ଅନେକ ସ୍ମାର୍ଟଫୋନ ଲଞ୍ଚ୍‍ କରିଥିଲା। ଯେଉଁଥିରେ ନୋକିଆ ୫.୧ପ୍ଲସ, ନୋକିଆ ୬.୧ପ୍ଲସ ଫୋନ ସାମିଲ ଥିଲା। ସୂଚନାମୁତାବକ ଏବେ ଫ୍ଲିପକାର୍ଟ ତରଫରୁ ନୋକିଆ ଡେଜ୍‍ ସେଲର ଆୟୋଜନ କରାଯାଇଛି। ଫ୍ଲିପକାର୍ଟର ଏହି ସେଲରେ ଆପଣ ନୋକିଆର ୫.୧ପ୍ଲସ ଏବଂ ନୋକିଆ ୬.୧ପ୍ଲସ ଫୋନକୁ କମ୍‍ ମୂଲ୍ୟରେ କିଣିପାରିବେ। ତେବେ ଆସନ୍ତୁ ଏଥିରେ ଦିଆଯାଇଥିବା ଅଫର ବାବଦରେ ଅଧିକ କିଛି ଜାଣିବା।
ପ୍ରଥମେ ଭାରତରେ ୧୦,୯୯୯ଟଙ୍କାରେ ଲଞ୍ଚ କାରାଯାଇଥଇବା ନୋକିଆ ୫.୧ପ୍ଲସକୁ ଫ୍ଲିପକାର୍ଟରେ ଆରମ୍ଭ ହୋଇଥିବା ନୋକିଆ ଡେଜ୍‍ ସେଲରୁ ୯,୯୯୯ଟଙ୍କାରେ କିଣିପାରିବେ। ଫୋନର ବିଶେତ୍ୱେ ବିଷୟରେ କହିଲେ ଏଥିରେ ଡୁଆଲ ସିମ ସପୋର୍ଟ, ଆଣ୍ଡ୍ରଏଡ ଓରିୟୋ ୮.୧ ଏବଂ ୫.୮୬ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ମଳିବ। ଯାହାର ରିଜୋଲ୍ୟୁସନ ୭୨୦/୧୫୨୦ପିକ୍ସଲ ରହିଛି। ଡିସପ୍ଲେ ଉପରେ ୨.୫କ୍ୱାର୍ଡ ଗ୍ଲାସର ପ୍ରୋଟେକସନ ମଧ୍ୟ ଦିଆଯାଇଛି। ଏହାବ୍ୟତୀତ ଫୋନରେ ମିଡିଆଟେକ ହିଲିୟୋ ପି-୬୦ ପ୍ରୋସେସର ରହିଛି। ଯାହାର କ୍ଲକ ସ୍ପିଡ ୧.୮ଜିଏଚଜେଡ ରହିଛି। ଫୋନରେ ୩ଜିବି ରାମ ସହିତ ୩୨ଜିବିର ଷ୍ଟୋରେଜ ମିଳିବ। ନୋକିଆ ୫.୧ପ୍ଲସରେ ଡୁଆଲ ରିୟର କ୍ୟାମେରା ସେଟଅପ୍‍ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲ ଏବଂ ଅନ୍ୟଟି ୫ମେଗାପିକ୍ସେଲର ରହିଛି। ଏହାର ଆଗପଟ କ୍ୟାମେରା ୮ମେଗାପିିକ୍ସେଲର ରହିଛି। ଫୋନରେ ୩୦୬୦ଏମ୍‍ଏଚର ବ୍ୟାଟେରୀ ରହିଛି ଏବଂ ସଂଯୋଗପାଇଁ ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଭି୪.୨, ଜିପିଏସ୍‍, ୟୁଏସବି ଟାଇପ ସି ଏବଂ ୩.୫ଏମ୍‍ଏମ୍‍ ର ହେଡଫୋନ ଜ୍ୟାକ ଦିଆଯାଇଛି। ଫୋନର ବ୍ୟାକ ପ୍ୟାନେଲରେ ଟିପଚିହ୍ନ ସେନସର ଦିଆଯାଇଛି।

courtesy-pricepprice.com

ନୋକିଆ ୬.୧ପ୍ଲସରେ ମିଳିବାକୁ ଥିବା ଅଫର
ନୋକିଆ ୬.୧ପ୍ଲସ ବିଷୟରେ କହିଲେ ଏହି ଫୋନକୁ ୧୫,୯୯୯ଟଙ୍କାରେ ଲଞ୍ଚ କରାଯାଇଥିଲା। ଏବେ ଅଫର ପରେ ଏହି ଫୋନକୁ ୧୦୦୦ଟଙ୍କାର ରିଆତି ସହିତ ୧୪,୯୯୯ଟଙ୍କାରେ କିଣିପାରିବେ। ଫୋନରେ ଆଣ୍ଡ୍ରଏଡ ଓରିୟୋ ୮.୧, ଡୁଆଲ ରିୟର କ୍ୟାମେରା ସପୋର୍ଟ ଏବଂ ୫.୮ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୧୦୮୦/୨୨୮୦ପିକ୍ସେଲ ରହିଛି। ଏବଂ ଏଥିରେ କନିଙ୍ଗ ଗରିଲା ଗ୍ଲାସ-୩ର ସପୋର୍ଟ ଦିଆଯାଇଛି। ଏହାବ୍ୟତୀତ ଫୋନରେ କ୍ୱାଲାକମର ଅକ୍ଟକୋର ସ୍ନାପଡ୍ରାଗନ ୬୩୬ପ୍ରୋସେସର, ଗ୍ରାଫିକ୍ସ ପାଇଁ ଆଡ୍ରେନୋ ୫୦୯, ୪ଜିବି ରାମ ଏବଂ ୬୪ଜିବିର ଷ୍ଟୋରେଜ ରହିଛି। ଯାହାକୁ ମେମୋରୀ କାର୍ଡ ମାଧ୍ୟମରେ ୪୦୦ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଫୋନରେ ଡୁଆଲ ରିୟର କ୍ୟାମେରା ରହିଛି। ଯେଉଁଥିରେ ଗୋଟିଏ କ୍ୟାମେରା ୧୬ମେଗାପିକ୍ସେଲ ଏବଂ ଏହାର ଅପର୍ଚର ଏଫ/୨.୪ ରହିଛି। ଏଥିରେ ୧୬ମେଗାପିକ୍ସେଲର ଆଗପଟ କ୍ୟାମେରା ଦିଆଯାଇଛି। ଏହାବ୍ୟତୀତ ନୋକିଆ ୬.୧ପ୍ଲସରେ ୩୦୬୦ଏମଏଚର ବ୍ୟାଟେରୀ ରହିଛି। ଯାହା ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ। ସଂଯୋଗପାଇଁ ଫୋନରେ ୪-ଜି ଭୋଲଟିଇ, ବ୍ଲୁଟୁଥ ଭି-୫.୦, ୱାଇ-ଫାଇ, ୟୁଏସବି ଟାଇପ-ସି, ଜିପିଏସ ଏବଂ ୩.୫ଏମଏମ୍‍ ର ହେଡଫୋନ ଜ୍ୟାକ ପାଇପାରିବେ।

Leave A Reply