କୁମ୍ଭ ମେଳା ସମୟରେ ପ୍ରୟାଗରାଜରେ ବିବାହ ଉତ୍ସବ ବନ୍ଦ

0

ପ୍ରୟାଗରାଜ : ଆସନ୍ତା ବର୍ଷ କୁମ୍ଭମେଳା ସମୟରେ ଉତ୍ତରପ୍ରଦେଶର ପ୍ରୟାଗରାଜ (ଆହ୍ଲାବାଦ) ସହରରେ ସମସ୍ତ ବିବାହ ଉତ୍ସବକୁ ରାଜ୍ୟ ସରକାର ନିଷିଦ୍ଧ କରିଛନ୍ତି। ଏ ନେଇ ପ୍ରୟାଗରାଜ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ହୋଟେଲ, ବିବାହ ମଣ୍ଡପ, ଅତିଥି ଭବନ ଓ ଅନ୍ୟାନ୍ୟ ପେଣ୍ଡାଲ ମାଲିକମାନଙ୍କୁ ନିର୍ଦେଶନାମା ଜାରି କରିଛି। ନିର୍ଦେଶନାମା ଅନୁଯାୟୀ କୁମ୍ଭ ମେଳ ସମୟରେ ପଡୁଥିବା ୫ଟି ମୁଖ୍ୟ ସ୍ନାନ ଦିବସ ସହିତ ଏହାର ପୂର୍ବ ଓ ପର ଦିନ ସହରରେ ବିବାହ ଉତ୍ସବ ଆୟୋଜନ କରାଯାଇପାରିବ ନାହିଁ। ଜିଲା ପ୍ରଶାସନର ଏହ ନିର୍ଦେଶକୁ ନେଇ ସାଧାରଣ ଲୋକ ସହିତ ହୋଟେଲ, ବିବାହ ମଣ୍ଡପ ଓ ଅତିଥି ଭବନର ମାଲିକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କାରଣ ବିବାହ ପାଇଁ ହୋଟେଲ ଓ ମଣ୍ଡପ ଆଗୁଆ ବହିନା ଦେଇସାରିଥିବା ଲୋକମାନେ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନେ ବାଧ୍ୟ ହୋଇ ବିବାହ ତାରିଖ ଘୁଞ୍ଚାଇବା କିମ୍ବା ବିବାହ କାର୍ଯ୍ୟକ୍ରମ ସ୍ଥାନ ପରିବର୍ତ୍ତନ କରୁଛନ୍ତି। ସେହିପରି ବିବାହ ଋତୁରେ ରୋଜଗାର ଲକ୍ଷ୍ୟ ରଖିଥିବା ହୋଟେଲ, ବିବାହ ମଣ୍ଡପ, ଅତିଥି ଭବନ ମାଲିକମାନେ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ପ୍ରୟାଗରାଜ ସହରରେ ପ୍ରାୟ ୧୦୬ ହୋଟେଲ ଓ ବିବାହ ମଣ୍ଡପ ରହିଛି। ଆସନ୍ତା ବର୍ଷ ଜାନୁଆରୀ ୧୫ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ପ୍ରୟାଗରାଜରେ କୁମ୍ଭ ମେଳା। କୁମ୍ଭ ମେଳା ଅନୁଷ୍ଠିତ ହେବ। କୁମ୍ଭ ମେଳା ସମୟରେ ୫ଟି ମୁଖ୍ୟ ସ୍ନାନ ଦିବସ ପଡିଥାଏ। ସେଗୁଡିକ ମକର ସଂକ୍ରାନ୍ତି, ପୌଷ ପୂର୍ଣ୍ଣିମା, ମଉନି ଅମାବାସ୍ୟା, ବସନ୍ତ ପଞ୍ଚମୀ ଓ ମାଘ ପୂର୍ଣ୍ଣିମା। ପାପ କ୍ଷୟ ଉଦ୍ଦେଶ୍ୟରେ ଲୋକମାନେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଥାନ୍ତି।

Leave A Reply