ଦେଶର ସବୁଠାରୁ ଧନୀ ମହିଳା ଆଇପିଏଲ୍‌ ମ୍ୟାଚ ସମୟରେ ମନ୍ତ୍ର ପଢି ମାରୁଛନ୍ତି ମୁଣ୍ଡିଆ , ଭିଡିଓ ଭାଇରାଲ

0

ମୁମ୍ବାଇ: ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ରିଲାଏନ୍ସ ଗ୍ରୁପ ଅଫ୍‌ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ। ନୀତା ଅମ୍ବାନୀ ତାଙ୍କର ପତ୍ନୀ । ସେ ମୁମ୍ବାଇ ଇଣ୍ଡିଆ ଦଳର ମାଲିକାଣୀ । ତେବେ ଆଇପିଏଲ୍‌ର ୨୦୧୮ ସଂସ୍କରଣରେ ପ୍ରଥମରୁ ମୁମ୍ବାଇ ଇଣ୍ଡିଆନ ଦଳ ଭଲ ଖେଳର ପ୍ରଦର୍ଶନ କରି ପାରି ନ ଥିଲା । ହେଲେ ଏବେ ପ୍ରଦର୍ଶନରେ ପରିବର୍ତ୍ତନ ଆସିଛି ।

ନୀତା ଅମ୍ବାନୀଙ୍କର ଏକ ଭିଡିଓ ବେଶ୍‌ ଭାଇରଲା ହୋଇଛି । ସେ ପାଭିଲିୟନରେ ବସି ସେ ଏକ ମନ୍ତ୍ର ପଢି ବାରମ୍ବାର ମୁଣ୍ଡିଆ ମାରୁଥିବାର ଭିଡିଓ ଭାଇରାଲ ହୋଇଛି । ଏପରି କରିବାରୁ ତାଙ୍କ ଉପରେ ଭାଗ୍ୟ ଦେବୀ ପ୍ରସନ୍ନ ହେଉଥିବା ସୋସିଆଲ ମିଡିଆରେ ଅନେକ ମନ୍ତବ୍ୟ ଦେଇଛନ୍ତି । ମୁମ୍ବାଇ ଇଣ୍ଡିଆନ ବି କେକେଆର୍‌ ପରି ଶକ୍ତିଶାଳୀ ଦେଳକୁ ପରାସ୍ତ କରିଛି ।

Leave A Reply