ପ୍ରସବ ପାଇଁ ସାଇକେଲ ଚଳାଇ ଡାକ୍ତରଖାନାରେ ପହଞ୍ଚିଲେ ନ୍ୟୁଜିଲାଣ୍ଡର ମନ୍ତ୍ରୀ

0

ଓ୍ୱେଲିଂଟନ.- ପ୍ରସବ ବେଦନା ପାଉଥବା ନ୍ୟୁଜିଲାଣ୍ଡର ମହିଳା ମନ୍ତ୍ରୀ ସାଇକେଲ୍‌ ଚଳାଇ ଡାକ୍ତରଖାନାରେ ପହଞ୍ଚି ଚର୍ଚ୍ଚା ପରିସରକୁ ଆସିଛନ୍ତି ।  ପରିବହନ ମନ୍ତ୍ରୀ  ଜୁଲି ଆନି ଜେଣ୍ଟର  ପ୍ରାୟ ଏକ କିଲୋମିଟର ସାଇକେଲ ଚଳାଇ ଡାକ୍ତରଖାନାକୁ ଆସିଥିଲେ। ସେ ନିଜ ଇଚ୍ଛାରେ ସାଇକେଲ ଚଳାଇ ଡାକ୍ତରଖାନାକୁ ଆସିଥିବା କଥା କହିଛନ୍ତି । ସେ ଏହି ସମୟରେ ଏକ ଫୋଟୋ ବି ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ପୋ୍ଷ୍ଟ କରିଛନ୍ତି । ତାଙ୍କ ସ୍ୱାମୀବି ସାଇକେଲ ଚଳାଇ ତାଙ୍କ ସହ ଆସିଥିଲେ ।

ଏହା ପୂର୍ବରୁ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜସିନ୍ଦା ଆର୍ଡେର୍ନ  ଜୁନ୍‌ ମାସରେ ନିଜର ପ୍ରଥମ ସନ୍ତାନକୁ ଜନ୍ନ ଦେଇଥିଲେ ତାଙ୍କର ଏକ ଝିଅ ହୋଇଛି । ଏହାର ନାମ ରେ ନେଭେ ରଖିଛନ୍ତି ।

Leave A Reply