ନୂଆଶାସନ ସରପଞ୍ଚ ଉପନିର୍ବାଚନ ; ୮୩.୧୭ ପ୍ରତିଶତ ମତଦାନ, ୨୫ରେ ଭୋଟ ଗଣତି

0

ପିପିଲି : ପିପିଲି ବ୍ଲକ ନୂଆଶାସନ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଆଜି ଶାନ୍ତି ଶୃଙ୍ଖଳାର ସହ ଭୋଟ୍‍ ଗ୍ରହଣ ଶେଷ ହୋଇଥିବା ବେଳେ ଏଥିରେ ୮୩.୧୭ ପ୍ରତିଶତ ମତଦାନ ହୋଇଛି । ଏହି ପଞ୍ଚାୟତର ୧୨ଟି ୱାର୍ଡରେ ୨୫୬୯ ପୁରୁଷ ଓ ୨୧୬୨ ମହିଳା ଭୋଟରଙ୍କୁ ମିଶାଇ ମୋଟ୍‍ ୪୭୩୧ ଜଣ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧୪୩ ଜଣ ପୁରୁଷ ଓ ୧୭୯୨ଜଣ ମହିଳା ଭୋଟରଙ୍କୁ ମିଶାଇ ମୋଟ୍‍  ୩୯୩୫ଜଣ ଭୋଟର ମତଦାନ କରିଥିଲେ । ପୁରୁଷ ଭୋଟରଙ୍କ ମତଦାନ ହାର ୮୩.୪ ପ୍ରତିଶତ ଥିବା ବେଳେ ମହିଳା ଭୋଟରଙ୍କ ମତଦାନ ହାର ୮୨.୯ ପ୍ରତିଶତ ହୋଇଥିବା ସଂପର୍କରେ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ପିପିଲି ବିଡିଓ ରଶ୍ମିତା ନାଥ ସୂଚନା ଦେଇଛନ୍ତି । ଆସନ୍ତାକାଲି ଗୁରୁବାର ସକାଳ ୮ଟାରୁ ପିପିଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଭୋଟ୍‍ ଗଣତି କରାଯିବ ।

ଏହି ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ଡାକ୍ତର ଚିନ୍ମୟ ମହାପାତ୍ର, ବିଜେପି ସମର୍ଥିତ ପ୍ରାର୍ଥୀ ସୌମ୍ୟକାନ୍ତ ଦାଶ ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ପ୍ରଶାନ୍ତ କୁମାର ପ୍ରଧାନ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆଜି ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ବେଶ୍‍ ଶାନ୍ତି ଶୃଙ୍ଖଳା ମଧ୍ୟରେ ଭୋଟ୍‍ ଗ୍ରହଣ କରାଯାଇଥିଲା । ୧୨ଟି ବୁଥ୍‍ରେ ୧୨ଜଣ ପ୍ରିଜାଇଡିଂ ଅଫିସର, ୨ଜଣ ସେକ୍ଟର ଅଫିସର, ୩୬ଜଣ ପୁଲିଂ ଅଫିସରଙ୍କୁ ନିୟୋଜିତ କରାଯାଇଥିଲା ।  ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ନିର୍ବାଚନ ଅଧିକାରୀ ତଥା ବିଡିଓ ରଶ୍ମିତା ନାଥ, ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିବା ପିପିଲି ତହସିଲଦାର ସପନ କୁମାର ନନ୍ଦ, ଅତିରିକ୍ତ ଏସ୍‍ପି ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା, ଏସ୍‍ଡିପିଓ ଦେବଦତ୍ତ ବରାଳ, ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ଓ ଡେଲାଙ୍ଗ ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ସମେତ ୮ଜଣ ପୁଲିସ ଅଫିସର ମତଦାନ ସମୟରେ ଉପସ୍ଥିତଥିବା ବେଳେ ୨ପ୍ଲାଟୁନ୍‍ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ମତଦାନ ପରେ ଭୋଟ୍‍ ବାକ୍ସ ଗୁଡିକୁ କଡା ସୁରକ୍ଷା ମଧ୍ୟରେ ଅଣାଯାଇ ପିପିଲି ପଞ୍ଚାୟତ ସମିତିର  ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଛି ।

There are many pros and cons of the Affordable Care Act. vgrmalaysia.net While Obamacare has helped many people get insurance, some argue the benefits don’t outweigh….

Leave A Reply