ମୁଖ୍ୟ ସମ୍ବାଦ – ସନ୍ଧ୍ୟା ୭ଟା

0

ବଡ ଖବର
# ଟୋଲଗେଟରେ ମଦ୍ୟପ ଡ୍ରାଇଭରଙ୍କୁ ଯାଞ୍ଚ – ୪୨୬ରେ ପହଞ୍ଚିଲା ମଦ୍ୟପ ଡ୍ରାଇଭରଙ୍କ ସଂଖ୍ୟା
# ଫାଶୀ ଲଗାଇ ଆତ୍ମହତ୍ୟା କଲେ ଆନ୍ଧ୍ରପ୍ରଦେଶ ବିଧାନସଭା ପୂର୍ବତନ ବାଚସ୍ପତି କୋଡେଲା ଶିବ ପ୍ରସାଦ ରାଓ
# କାଶ୍ମୀର ପ୍ରସଙ୍ଗରେ କହିଲେ ବ୍ରିଟିଶ ସାଂସଦ – ଜମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଂଶ ତେଣୁ ପାକିସ୍ଥାନ ପିଓକେ ଖାଲି କରୁ

ଆଞ୍ଚଳିକ
# ଟୋଲଗେଟରେ ମଦ୍ୟପ ଡ୍ରାଇଭରଙ୍କୁ ଯାଞ୍ଚ – ୪୨୬ରେ ପହଞ୍ଚିଲା ମଦ୍ୟପ ଡ୍ରାଇଭରଙ୍କ ସଂଖ୍ୟା
# ଛାତ୍ର କଂଗ୍ରେସ ଆବାହକ ପଦରୁ ନିଲମ୍ବିତ ହୋଇଥିବା ଆବାହକ ଇତିଶ ପ୍ରଧାନ କହିଛନ୍ତି – ସେ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରକୁ ଅଣ୍ଡାମାଡ଼ କରିବେ
# ପୁରୀ ଜିଲ୍ଲା ନିମାପଡ଼ା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ମଧୁବନ ବାସଭବନ ସମେତ ତିନୋଟି ସ୍ଥାନରେ ଭିଜିଲାନ୍ସ ଚଢାଉ
# କଟକ ଆଠଗଡ଼ ବନଖଣ୍ଡ ହରିଡ଼ାପଶି ଜଙ୍ଗଲରେ ଏକ କଲରାପତରିଆ ବାଘ ମୃତ
# ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ ଅନ୍ତର୍ଗତ ଦୋର୍ଲା ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ସୂଚନା
# ସୁନ୍ଦରଗଡ଼ ଜିଲ୍ଲାରେ ଡେଙ୍ଗୁ – ୪୧ ଆକ୍ରାନ୍ତ
# ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହରପିସ୍‌ ଭୂତାଣୁ – ଅନ୍ୟ ୬ ମାଈ ହାତୀଙ୍କୁ ସ୍ଥାନାନ୍ତର ଯୋଜନା
# ଶିକ୍ଷକଙ୍କ ନିସ୍ତୁକ ମାଡ଼ରେ ସ୍କୁଲ ଛାଡିଲେ ଭୁବନେଶ୍ୱର ଆବାସିକ ସ୍କୁଲର ୨ ନାବାଳକ – ପୁଲିସର ତନାଘନା ଆରମ୍ଭ
# ବିଧାୟକଙ୍କୁ ସରକାରୀ ଘର ଖାଲି କରିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ – ଏହା ଆଦୌ ଶୋଭନୀୟ ନୁହେଁ କହିଲେ ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ନାୟକ
# କେନ୍ଦ୍ର ସରକାରଙ୍କ ପଇସାରେ ନିଜ ବ୍ରାଣ୍ଡ ଲଗାଇ ରାଜ୍ୟ ସରକାର ହୀନ ରାଜନୀତି କରୁଥିବା ଅଭିଯୋଗ କଲା ବିଜେପି
# ଗଞ୍ଜାମ ଜଗନ୍ନାଥ ପ୍ରସାଦ ଅଞ୍ଚଳରେ କୃଷ୍ଣସାର ମୃଗ ଶିକାର – ୨ ଶିକାରୀ ଗିରଫ
# ମାଲକାନଗିରି ଜନ୍ତାପାଇ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରୁ ଯୁବକଙ୍କ ମୃତଦେହ ଜବତ ଘଟଣା – ଉତ୍ତ୍ୟକ୍ତ ଜନତା ଓ ପୁଲିସ ମୁହାଁମୁହିଁ
# ଦୁର୍ନୀତି ଅଭିଯୋଗରେ କୋରାପୁଟ ବୈପାରୀଗୁଡ଼ା ସିଡିପିଓ ସୁରମା ମହାପାତ୍ର ନିଲମ୍ବିତ
# ଆସନ୍ତା ୧୮, ୧୯, ୨୦ ତାରିଖ ଆଡ଼କୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
# ତୁରନ୍ତ ସରକାରୀ କ୍ୱାର୍ଟର୍ସ ଛାଡ଼ିବାକୁ ପୂର୍ବତନ ବିଧାୟକଙ୍କୁ ମିର୍ଦ୍ଦେଶ ଦେଲେ ବାଚସ୍ପତି – ନ ଛାଡିଲେ ପାଣି, ବିଜୁଳି ବନ୍ଦ ହେବ
# ୧୦ ଦଫା ଦାବିରେ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ

ଜାତୀୟ
# ଆହ୍ଲାବାଦ ହାଇକୋର୍ଟଙ୍କ ରୋକ୍ – ଅନ୍ୟ ପଛୁଆ ବର୍ଗ(ଓବିସି)ର ୧୭ ଜାତିଙ୍କୁ ଅନୁସୂଚିତ ଜାତି(ଏସସି)ରେ ସାମିଲ କରାଯିବାକୁ ଉତ୍ତର ପ୍ରଦେଶ ସରକାର ଦ୍ଵାରା ନିଆଯାଇଥିବା ନିଷ୍ପତ୍ତି ଉପରେ କଟକଣା
# ମଧ୍ୟ ପ୍ରଦେଶରେ ୬ଫୁଟର ଉଚ୍ଚ ଦୁର୍ଗା ପ୍ରତିମା ସ୍ଥାପନ କରିବାକୁ ଅନୁମତି ଦିଆଯିବ ନାହିଁ – କମଲନାଥ
# ଭାରତର ମହତ୍ଵାକାଂକ୍ଷୀ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ପାଇଁ ମାତ୍ର ୫ ଦିନ ବାକି – ଆମେରିକା ମହାକାଶ ଏଜେନ୍ସି ନାସା ଲ୍ୟାଣ୍ଡର ସହ ଯୋଗାଯୋଗ କରିବା ହେଲା ବିଫଳ
# ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ – ପ୍ରଧାନମନ୍ତ୍ରୀ କହିଲେ ଦିଲ୍ଲୀକୁ ଯାହା ମାଗିବ ତାହା ମିଳିବ
# ଅଭିନେତା କମଲ ହାସନଙ୍କ ସରକାରଙ୍କ ‘ଗୋଟିଏ ଦେଶ, ଗୋଟିଏ ଭାଷା’କୁ ବିରୋଧ – କହିଲେ କୌଣସି ଶାହା, ସୁଲତାନ କିମ୍ବା ସମ୍ରାଟ ଏହାକୁ ଭାଙ୍ଗି ପାରିବେ ନାହିଁ
# ଫାଶୀ ଲଗାଇ ଆତ୍ମହତ୍ୟା କଲେ ଆନ୍ଧ୍ରପ୍ରଦେଶ ବିଧାନସଭା ପୂର୍ବତନ ବାଚସ୍ପତି କୋଡେଲା ଶିବ ପ୍ରସାଦ ରାଓ
# ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି – ଆବଶ୍ୟକ ପଡିଲେ ସ୍ଥିତି ପରଖିବାକୁ ସେ ନିଜେ ଶ୍ରୀନଗର ଯିବେ
# ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇଙ୍କୁ ଜବାବ ଦେଲେ ଭାରତୀୟ ମହିଳା ପିସ୍ତଲ ସୁଟର୍‌ ହୀନା ସିଦ୍ଧୁ – କହିଲେ ପ୍ରଥମେ ମଲାଲା ନିଜେ ପାକିସ୍ତାନ ଫେରିକି ଦେଖାନ୍ତୁ
# ଡେରାଡୁନ୍‌ରେ ନୂଆ ଟ୍ରାଫିକ୍‌ ନିୟମ ନେଇ ଜଣେ ଟ୍ରାଫିକ୍‌ ପୁଲିସ୍‌ ଗୋଟିଏ ବଳଦ ଗାଡ଼ି ନାଁରେ ୧୦୦୦ ଟଙ୍କାର ଚାଲାଣ କାଟିବା ଚର୍ଚ୍ଚାର ବିଷୟ ହୋଇଛି
# କେଉଁ ଆଧାରରେ ୮୧ ବର୍ଷୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଅଟକ ରହିଛନ୍ତି ସେ ବାବଦରେ ସୁପ୍ରିମକୋର୍ଟରେ ଜବାବ ଦାଖଲ କଲା କେନ୍ଦ୍ର – ପବ୍ଲିକ୍ ସେଫଟି ଆକ୍ଟ ଆଧାରରେ ନଜରବନ୍ଦୀ ଅଛନ୍ତି ଫାରୁଖ
# ଜଣାଶୁଣା ଫିଲ୍ମ ଏଡିଟର୍‌ ସଞ୍ଜୀବ କୁମାର ଦତ୍ତାଙ୍କର ୫୪ ବର୍ଷ ବୟସରେ ପରଲୋକ ଘଟିଛି
# ଦିଲ୍ଲୀର ଜଣେ ଯୁବତୀ ଜରିମାନା ଭୟରେ ପୁଲିସ୍‌କୁ ଆତ୍ମହତ୍ୟା ଧମକ ଦେଇଛନ୍ତି
# ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ ଶ୍ୟାମ ଲାଲ୍‌ ଯାଦବ ନାମକ ଜଣେ ୭୫ ବର୍ଷ ବୟସ୍କ ବୃଦ୍ଧଙ୍କ ମୁଣ୍ଡରେ ଥିବା ଶିଙ୍ଗ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି

ଆନ୍ତର୍ଜାତିକ
# ନୈାସେନା ପକ୍ଷରୁ ଭାରତ ମହାସାଗରରେ ଚୀନର ଦୁଇଟି ଯୁଦ୍ଧଜାହାଜ ଠାବ କରାଯାଇଛି – ଏହି ଦୁଇଟି ଜାହାଜ ଭାରତୀୟ ଜଳଭାଗ ଆଡ଼କୁ ମାଡ଼ି ଆସୁଥିବା ଜଣାପଡ଼ିଛି
# ପାକିସ୍ତାନରେ ଭାଙ୍ଗିଲା ୩ଟି ହିନ୍ଦୁ ମନ୍ଦିର- ଭୟରେ ଘରେ ଲୁଚିଛନ୍ତି ଅଳ୍ପ ସଂଖ୍ୟକ ହିନ୍ଦୁ
# ଆମେରିକାରେ ହେବାକୁ ଥିବା ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ରହିବେ
# ସାଉଦି ତୈଳ ପ୍ଲାଣ୍ଟରେ ଆକ୍ରମଣ, ଆମେରିକା ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଇରାନ
# ପାକିସ୍ତାନ ଅଧିକୃତ କାଶ୍ମୀରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ବିରୋଧ କରିଥିବା ଯୁବକ ଓ ଛାତ୍ରଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ
# କାଶ୍ମୀର ପ୍ରସଙ୍ଗରେ କହିଲେ ବ୍ରିଟିଶ ସାଂସଦ – ଜମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଂଶ ତେଣୁ ପାକିସ୍ଥାନ ପିଓକେ ଖାଲି କରୁ
# ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁସଲିମ ଦେଶର ଉପଦେଶ – ମୋଦୀଙ୍କ ବିରୋଧରେ ପ୍ରୟୋଗ କରୁଥିବା ଭାଷାରେ ସଂଜମତା ଓ ଶାଳୀନତା ରକ୍ଷା କର

Leave A Reply