ଛାଡ଼ଖାଇ ବାସି, ଆମିଷ ବଜାର ତାଜା

0

କଟକ : ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣମୀ ପରେ ଶନିବାର ଥିଲା ଛାଡ଼ଖାଇ। କିନ୍ତୁ ଶନିବାରରେ ଛାଡ଼ଖାଇ ପଡ଼ିଥିବାରୁ ଅଧିକାଂଶ ଲୋକେ ଆମିଷ ଖାଇ ପାରି ନ ଥିଲେ। ଆଜି ରବିବାରରେ ଲୋକେ ଅସଲ ଛାଡ଼ଖାଇର ମଜା ନେଉଛନ୍ତି। ଛାଡ଼ଖାଇ ବାସିରେ ଜମିଛି ଆମିଷ ବଜାର। ଯେଉଁମାନେ ଶନିବାର ଆମିଷ ଖାଇପାରି ନଥିଲେ ସେମାନେ ରବିବାର ସକାଳୁ ସକାଳୁ ଆମିଷ ବଜାରରେ ପହଞ୍ଚିଯାଇଥିଲେ। ଶନିବାର ଛାଡ଼ଖାଇ ପାଳିଥିବା ଲୋକେ ମଧ୍ୟ ରବିବାର ଦିନ ଆଉଥରେ ମଜା ନେବାକୁ ଆମିଷ ବଜାରରେ ଭିଡ଼ ଜମାଇଥିଲେ। ଆଜି ରବିବାର ଛୁଟି ଥିବାରୁ ଆମିଷ ବଜାରରେ ଭୋରରୁ ଭିଡ଼ ଦେଖିବାକୁ ମିଳିଥିଲା। ଆଜି ସକାଳୁ ଥଣ୍ଡା ଅଧିକ ଥିଲେ ମଧ୍ୟ ଲୋକେ ଖାତିର ନ କରି ବିଭିନ୍ନ ଛକ ବଜାରରେ ଥିବା ମାଛ, ମାଂସ ଦୋକାନରେ ଲାଇନ ଲଗାଇଥିଲେ।  ଆମିଷ ବ୍ୟବସାୟୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। କିଏ ରୋହି ତ କିଏ ଭାକୁର, ଚିଙ୍ଗୁଡ଼ି ଆଦି କିଣିବାରେ ଲାଗିଛନ୍ତି। ପୁଣି କେହି କେହି ଚିକେନ ଓ ମଟନ ଦୋକାନ ଆଗରେ ଲାଇନରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଗ୍ରାହକଙ୍କ ଚାହିଦାକୁ ଦେଖି ଆମିଷ ଦର ମଧ୍ୟ ବଢ଼ିଥିବା କୁହାଯାଉଛି।

Leave A Reply