ଡକାୟତଙ୍କ ଗୁଳିମାଡରେ ଏଏସଆଇ ଗୁରୁତର

0

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ନିକଟବର୍ତ୍ତୀ ଅଞ୍ଚଳ ପ୍ରିତ ବିହାରରେ ଅଭାବନୀୟ ଘଟଣା ଘଟିଛି। ଡକାୟତଙ୍କ ଗୁଳିମାଡରେ ଜଣେ ଏଏସଆଇ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୨ଟା ସମୟରେ ପୁର୍ବ ଦିଲ୍ଲୀ ପ୍ରିତ ବିହାର ଅଞ୍ଚଳର ୩୧୬ ନମ୍ବର ଥିବା ଏକ ଘରେ ଚାରି ଜଣ ଡକାୟତ ପଶିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ପଡୋଶୀ ଦେଖି ପୁଲିସ ପାଟ୍ରୋଲିଂକୁ ସୂଚନା ଦେଇଥିଲେ । ପୁଲିସ ପହଞ୍ଚିବା ଜାଣିପାରି ଡକାୟତମାନେ ଘଟଣାସ୍ଥଳରୁ ଦୌଡି ପଳାଇଥିବା ବେଳେ ପୁଲିସ ସେମାନଙ୍କୁ ପିଛା କରିଥିଲେ ।ଏହି ସମୟରେ ଡକାୟତମାନେ ପୁଲିସ ଉପରକୁ ଗୁଡିମାଡ କରିଥିଲେ। ଏଥିରେ ଏଏସଆଇ ଲୋକେଶଙ୍କ ଶରୀରରେ ଗୁଳି ବାଜିଥିଲା। ପୁଲିସ ଏହାର ପାଲଟା ଜବାବ​‌ରେ ଗୁଳି ଚାଳାଇ ଥିଲେ ମଧ୍ୟ ଘଟଣାସ୍ଥଳରୁ ଡକାୟତମାନେ ଫେରାର ହୋଇ ଯାଇଥିଲେ। ଏହା ସହ ଡକାୟତମାନେ କୌଶଳକ୍ରମେ ଏଏସଆଇ ଙ୍କ ସର୍ଭିସ ରିଭଲଭର ନେଇ ପଳାଇଥିବା ଜଣାପଡିଛି। ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ ଜବତ ହୋଇଛି। ଖବର ପାଇ ଘଟଣାସ୍ଥଳରେ ଅନ୍ୟ ପୁଲିସ ଅଧିକାରୀ ପହଞ୍ଚି ଆହତ ଏଏସଆଇଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବା ସହ ଡକାୟତଙ୍କୁ ଧରିବା ପାଇଁ ଅପରେସନ ଜାରି ରହିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କଲୋନୀରେ ଏହି ଘଟଣା ଅତି ସାଧାରଣ। ଦିନ ଦ୍ବିପ୍ରହରରେ ଏଠାରେ ଡକାୟତି, ଲୁଟ୍ ଭଳି ଘଟଣା ଘଟିଥାଏ । କିଛି ଦିନ ପୂର୍ବେ ପ୍ରିତ ବିହାରରେ ଜଣେ ବୃଦ୍ଧ ବେପାରୀଙ୍କୁ ବାନ୍ଧି ତାଙ୍କଠାରୁ ଲୁଟିଥିବା ଅଭିଯୋଗ ହୋଇଥିଲା।

Leave A Reply