ଚଳିତ ସପ୍ତାହର ରିଲିଜ୍ ; ‘ବାଜାର’ ଓ ‘କାଶୀ; ଇନ୍‍ ସର୍ଚ୍ଚ ଅଫ୍‍ ଗଙ୍ଗା’

0

ଚଳିତ ସପ୍ତାହରେ ଯେଉଁ  ନୂଆ ଫିଲ୍ମକୁ ନେଇ ବେଶି ଚର୍ଚ୍ଚା ହେଉଛି, ତାହା ହେଲା ‘ବାଜାର’ ଓ ‘କାଶୀ; ଇନ୍‍ ସର୍ଚ୍ଚିଂ ଅଫ୍‍ ଗଙ୍ଗା’ । ଉଭୟ ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି।

ନିଖିଲ ଆଡଭାନୀଙ୍କ ରଚିତ ଓ ପ୍ରଯୋଜିତ ଏବଂ ଗୌରବ କେ. ଚାୱଲାଙ୍କ ନିର୍ଦେଶିତ ‘ବାଜାର’ ସିନେମାରେ ମୁମ୍ବଇର ମେଟ୍ରୋ ଜୀବନ ଏବଂ ବିଶ୍ୱ ବାଣିଜ୍ୟର ଭୟଙ୍କର ରୂପକୁ ଦର୍ଶାଇଯାଇଛି । ପ୍ରମୁଖ ଚରିତ୍ର ନୱାବ ଭୂମିକାରେ ସୈଫ୍‍ ଅଲ୍ଲୀ ଖାନ୍‍ ଅବତ୍ତୀର୍ଣ୍ଣ ହୋଇଥିବା ବେଳେ ଅନ୍ୟତମ ନାୟକ ରୋହନ ମେହେରାଙ୍କ ଇଏ ବଲିଉରେ ପ୍ରଥମ ପ୍ରବେଶ। ଅନ୍ୟମାନଙ୍କ ମଧ୍ୟରେ ରାଧିକା ଆପ୍‍ତେ, ଚିତ୍ରାଙ୍ଗଦା ସିଂ ଓ ସୌରଭ ଶୁକ୍ଳା ପ୍ରମୁଖ ଅନ୍ୟାନ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଅର୍ଥ, ଶକ୍ତି ଓ ବ୍ୟବସାୟକୁ ନେଇ ବଜାର କେମିତି ଗତି କରୁଛି, ତାହା ଏହି ସିନେମାରେ ଦେଖାଇ ଦିଆଯାଇଛି।

ସେହିପରି ଅନ୍ୟ ଏକ ନୂଆ ସିନେମା ‘କାଶୀ; ଇନ୍‍ ସର୍ଚ୍ଚିଂ ଅଫ୍‍ ଗଙ୍ଗା’ ଏକ ସସ୍ପେନ୍ସ ଥ୍ରୀଲର ମୁଭି। ଏଥିରେ ପ୍ରମୁଖ ଚରିତ୍ର କାଶୀ ଭୂମିକାରେ ଅଛନ୍ତି ଅଭିନେତା ଶରମନ୍‍ ଯୋଶୀ; ଯିଏ କି ନିଜ ନିଖୋଜ ଭଉଣୀ ଗଙ୍ଗାକୁ ଖୋଜୁଛନ୍ତି। ସମ୍ବେଦନଶୀଳ କଥା ବସ୍ତୁକୁ ନେଇ ଫିଲ୍ମର କାହାଣୀ ଗତି କରିଛି।ଶରମନଙ୍କ ବଳିଷ୍ଠ ଅଭିନୟ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଛି।

Leave A Reply