ଦୀପାବଳୀ ପାଇଁ ଦେବଭୂମିକୁ ଚାଲିବ ୧୧୨ଟି ନୂଆ ବସ

0

ନୂଆଦିଲ୍ଲୀ : ଆଲୋକର ପର୍ବ ଦୀପାବଳୀକୁ ନେଇ ଦେବଭୂମି ତଥା ଉତ୍ତରାଖଣ୍ଡକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଅତ୍ୟଧିକ ବସ ଯାତ୍ରାର ବ୍ୟବସ୍ଥା କରାଯାଇଛି। ଏହି ବସ ସେବା ନଭେମ୍ବର ୩ ରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୧୧୨ଟି ଅତିରିକ୍ତ ବସ ଚାଲିବ। ଶୁକ୍ରବାର ପରିବହନ ନିର୍ଦ୍ଦେଶକ ଆରପି ଭାରତୀଙ୍କ କହିବା ଅନୁସାରେ ଡେହେରାଡୁନରୁ ୧୦ଟି, ପର୍ବତୀୟ ଅଞ୍ଚଳରୁ ୨ଟି, ଗ୍ରାମିଣ ଅଞ୍ଚଳରୁ ୧୦ଟି, ହରିଦ୍ୱାରରୁ ୧୦ଟି, କୋଟଦବାରରୁ ୫ଟି, ଋଷିକେଶରୁ ୮ଟି, କାଠଗୋଦାମରୁ ୧୦ଟି, ଟନକପୁରରୁ ୧୦ଟି ଆଦି ଅଞ୍ଚଳରୁ ବସ ଚଳାଚଳ କରିବ। ଦେଶର ସମସ୍ତ ରାଜ୍ୟରୁ ରାଜଧାନୀ ଦିଲ୍ଲୀ କୁ ଆସିବା ପାଇଁ ୩୫୯ ବସ ଚଳାଚଳ କରୁଛି। ଦୀପାବଳୀ ସମୟରେ ଅଧିକ ସଂଖ୍ୟକ ଲୋକମାନେ ଆସୁଥିବା ନଜର ରଖି ଏହି ଯୋଜନା କରାଯାଇଛି। ତେଣୁ ୧୧୨ଟି ଅତିରିକ୍ତ ବସ୍‍ ଚଳାଇବା ଯୋଜନା କରି ବର୍ତ୍ତମାନ ୪୭୧ଟି ବସ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ।

Leave A Reply