ନେସ୍‍ଙ୍କ ବିରୋଧରେ ପ୍ରୀତିଙ୍କ ମାମଲା ଖାରଜ

0

ମୁମ୍ବଇ : ଶିଳ୍ପପତି ନେସ୍‍ ୱାଡିଆଙ୍କ ବିରୋଧରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଦାୟର କରିଥିବା ଅସଦାଚରଣ ମାମଲାକୁ ବୁଧବାର ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି। ୨୦୧୪ ମେ ୩୦ରେ ବମ୍ବେରେ ଏକ ଆଇପିଏଲ୍‍ ମ୍ୟାଚ ଅବସରରେ ୱାଡିଆ ତାଙ୍କୁ ଅସଦାଚରଣ କରିଥିବା ନେଇ ପ୍ରୀତି ମୁମ୍ବଇର ମାରାଇନ ଡ୍ରାଇଭ୍‍ ଥାନାରେ ଅଭିଯୋଗ ପୂର୍ବକ ମାମଲା ଦାୟର କରିଥିଲେ। ତେବେ ଏହି ମାମଲାକୁ ଖାରଜ କରିବା ପାଇଁ ନେସ୍‍ ପାଲଟା ପିଟିସନ ଦାୟର କରିଥିଲେ। ନେସ୍‍ଙ୍କ ପିଟିସନର ବିଚାର କରି ହାଇକୋର୍ଟ ବିଚାରପତି ରଞ୍ଜିତ ମୋରେ ଓ ବିଚାରପତି ଭାରତୀ ଏଚ୍‍ ଡାଙ୍ଗରେ ଉଭୟଙ୍କୁ ହାଜର ହେବା ଲାଗି ନିର୍ଦେଶ ଦେଇଥିଲେ। ଏହାର ପୂର୍ବ ଶୁଣାଣିରେ ହାଇକୋର୍ଟ ନେସ୍‍ଙ୍କ ପିଟିସନ ଉପରେ ଜବାବ ଦେବା ଲାଗି ପ୍ରୀତିଙ୍କୁ ନିର୍ଦେଶ ଦେଇଥିଲେ; ମାତ୍ର ପ୍ରୀତି ଏହା ଉପରେ କୌଣସି ଜବାବ ଦେଇ ନଥିଲେ। ଫଳରେ ହାଇକୋର୍ଟ ପ୍ରୀତିଙ୍କ ମାମଲାକୁ ଖାରଜ କରିଦେଇଛନ୍ତି। ଉଭୟ ପ୍ରୀତି ଓ ନେସ୍‍ ଆଇପିଏଲ ଟିମ୍‍ କିଙ୍ଗସ୍‍ ଏକାଦଶ ପଞ୍ଜାବର ମାଲିକ।

Leave A Reply