ପାରିବାରିକ କଳହରୁ ସାଂପ୍ରଦାୟିକ ଦଙ୍ଗା

0

ନେମାଳ : ବଚସାକୁ କେନ୍ଦ୍ର କରି ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ନରେନ୍ଦ୍ରପୁର ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ସାଂପ୍ରଦାଇକ ଦଙ୍ଗା ଉଗ୍ର ରୂପ ନେଇଥିବା ବେଳେ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମରେ ୧୪୪ ଧାରା ଜାରି କରାଯାଇଥିଲେ ମଧ୍ୟ ଆଜି ବିଭିନ୍ନ ସ୍ଥାନରେ ଉତ୍ୟକ୍ତଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରୁଥିବା ଦେଖାଯାଇଛି। ନରେନ୍ଦ୍ରପୁର ବଜାର,ରାଧା ବଜାର,ସେକସନ ବଜାର,ଟିକିବର,ଗଡିଜଙ୍ଗ, ବିଲହାଟ ,ତେଣ୍ଡାକୁଡା ଆଦି ଅଞ୍ଚଳରେ ଉତ୍ୟକ୍ତଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ୍‍ ହୋଇଥିବା ବେଳେ ବଜାରଘାଟ ଶୂନଶାନ୍‍ ସାଙ୍ଗକୁ ଗାଡିମଟର ବନ୍ଦ୍‍ ରହିଛି। ସାଧାରଣ ଲୋକମାନେ ହଇରାଣ ହୋଇଥିବା ଦେଖାଯାଇଛି। ଉତେଜନାପୂର୍ଣ୍ଣ ପରିସ୍ଥିତିକୁ ସୁଧାରିବା ପାଇଁ ପୋଲିସ ବିଭାଗର ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ୱତନ୍ତ୍ର ଭାବେ ବିବାଦୀୟ ସ୍ଥାନରେ ରହି ଘଟଣାକୁ ନଜର ରଖିବା ସହ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ କାଲିଠାରୁ ଦୁଇପରିବାର ମଧ୍ୟରେ ଉପୁଜିଥିବା ବିବାଦରେ ପୃଥକ ପୃଥକ୍‍ ଭାବେ ନେମାଳ ଥାନା କେଶ୍‍ ନଂ ୮୧/୨୦୧୮, କେଶ୍‍ ନଂ ୮୨/୨୦୧୮ ଓ ବଜରଙ୍ଗ ଦଳ ପକ୍ଷରୁ ଦିଆଯାଇଥିବା ଅଭିଯୋଗରେ କେଶ୍‍ ନଂ ୮୩/୨୦୧୮ ରୁଜୁ କରାଯିବା ସହ ଉତ୍ୟକ୍ତ ଜନତାମାନଙ୍କ ବିରୁଦ୍ଧରେ ପୋଲିସ ତରଫରୁ କେଶ୍‍ ନଂ ୮୪/୨୦୧୮ ମାମଲା ରୁଜୁ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗୋଟିଏ ପକ୍ଷରୁ ୬ ଜଣଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି। ତେବେ ଉକ୍ତ ଅଞ୍ଚଳରେ ଶାନ୍ତି ବଜାୟୀ ରଖିବା ପାଇଁ ଆଇ.ଜି. ସୌମେନ୍ଦ୍ର ପ୍ରିୟଦର୍ଶୀ, ଉପଜିଲ୍ଲାପାଳ ସୁଶାନ୍ତ ପ୍ରଧାନ, ନିଶ୍ଚିନ୍ତକୋଇଲି ତହସିଲଦାର ଜିତେନ୍ଦ୍ରପାତ୍ର, ସଂଖ୍ୟାଲଘୁ ସଂପ୍ରଦାୟର ଗ୍ରାମ ମୁରବୀ , ସରପଂଚଙ୍କ ଉଦ୍ୟମରେ ବୈଠକ ଡକାଯାଇ ଆଲୋଚନା ଜାରୀ ରହିଛି। ଶାନ୍ତି କମିଟିରେ ଘଟଣାର ସମାଧାନ ନହବା ପର୍ଯ୍ୟନ୍ତ ୧୪୪ ଧାରା ଜାରୀ ରହିବ ବୋଲି ତହସିଲଦାର ଜିତେନ୍ଦ୍ର ପାତ୍ର କହିଥିଲେ । ବିବାଦୀୟ ସ୍ଥାନମାନଙ୍କରେ କେନ୍ଦ୍ରାପଡା ଏସ୍‍ ପି ମିତିଲ ଶେଖର, ଡିଏସ୍‍ପି ଆଲୋକ ରାୟ,କଟକ ଗ୍ରାମାଂଚଳ ଏସ୍‍ପି ମାଧବ ଚନ୍ଦ୍ର ସାହୁ, ଅତିରିକ୍ତ ଏସ୍‍ପି ନୃସିଂହ ଚରଣ ସ୍ୱାଇଁ, ନେମାଳ ଥାନା ଆଇ ଆଇ ସି ପ୍ରଭାତ କୁମାର ମଲ୍ଲିକ, ନିଶ୍ଚିନ୍ତକୋଇଲି ଆଇ ଆଇ ସି ପ୍ରଦ୍ୟୁମ୍ନ ବେହେରା, ମାହାଙ୍ଗା ଆଇ ଆଇ ସି ଯୁଗଳ କିଶୋର ଦାସ, ଆଇ ଆଇସି ଦେବଦତ ବରାଳ, ବାଙ୍କି ଥାନା ଆଇ ଆଇ ସି ,ଗୁରୁଡିଝାଟିଆ ଥାନା ଆଇ ଆଇ ସି, କିଶୋର ନଗର ଥାନା ଆଇ ଆଇ ସିଙ୍କ ସମେତ ୧୦ପ୍ଲାଟୁନ ଫୋର୍ସ ଦୁଇ ପ୍ଲାଟୁନ ଓ.ଏ. ଏସ୍‍ .ଏଫ୍‍ ବାଟାଲିୟନ ସହିତ ଓଡିଶା ପୋଲିସ , ସ୍ପେଶାଲ ବ୍ରାଂଚ ଡିଏସ୍‍ପି ଓ ସମସ୍ତ ଅଫିସରମାନେ ତୀକ୍ଷ୍ମ ନଜର ରଖି ପୋଲିସ ପ୍ରତି ଧ୍ୟାନ ଦେଇଛନ୍ତି। ତେବେ ଦିନେ ଦୁଇ ଦିନ ମଧ୍ୟରେ ଉତ୍ତେଜନା ପୂର୍ଣ୍ଣ ସ୍ଥାନମାନଙ୍କରେ ପରିସ୍ଥିତି ନିୟନ୍ତ୍ରଣ ନହେଲେ ନିରୀହ ଲୋକମାନଙ୍କର ପରିସ୍ଥିତି ଅଣାୟତ ହୋଇପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି। କାକୁଡିଆପଡାସ୍ଥିତ ସଂଖ୍ୟାଲଘୁ ସଂପ୍ରଦାୟ ଗ୍ରାମକୁ ପୁଲିସ ଜଗିରହିଥିବା ବେଳେ ୬ଜଣଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡିଛି। ପରିସ୍ଥିତି ଶାନ୍ତ ଥିଲେ ମଧ୍ୟ ଉତେଜନା ପ୍ରବଣ ରହିଛି।

ଅପରପକ୍ଷରେ ଶାନ୍ତି କମିଟି ଗଠନ କରାଯିବା ପାଇଁ ବିଭିନ୍ନ ରାଜନୈତିକ ଦଳର ଆଗଧାଡିର ନେତା ମାନେ ଚେଷ୍ଟା ଚଳାଉଛନ୍ତି । ହେଲେ ଏନେଇଁ କୈାଣସି ସମାଧାନର ବାଟ ଫିଟି ନଥିବା ବେଳେ ବଜ୍ରଙ୍ଗ ଦଳର ସଦସ୍ୟ ମାନେ ମୁଖ୍ୟ ଆସାମିକୁ ଗିରଫ ଦାବିରେ ଅଡି ବସିଛନ୍ତି।ସବୁପରେବି ଦୁଇ ପକ୍ଷ ଛକାପଂଝା ଥିଲା ବେଳେ ସେଠାରେ ପରିସ୍ଥିତି ଉଗ୍ର ରୂପ ଧାରଣ କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଏହି ସାଧାରଣ ଗଣ୍ଡଗୋଳ ଏକ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି କରିବ ବୋଲି ବାରି ହୋଇପଡୁଛି। ଏହି ଘଟଣାର ତୁରନ୍ତ ସମାଧାନ କରାନଗଲେ ବହୁ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଉକ୍ତ ଘଟଣା ସଂପର୍କରେ ……
ମାଧବଚନ୍ଦ୍ର ସାହୁ(ଗ୍ରାମାଞ୍ଚଳ ଏସପି) -ଉକ୍ତ ଘଟଣାର ସମାଧାନ ଖୁବ ଶିଘ୍ର କରାଯିବା ସହିତ ଏବେ ପରିସ୍ଥିତିକୁ ନିୟନ୍ତ୍ରଣଧିନ କରାଯଇଛି। କୈାଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାର ସମ୍ବାବନା ନାହିଁ।
ସୁକାନ୍ତ ପ୍ରଧାନ(ଉପଜିଲ୍ଲାପାଳ)- ଏହି ଘଟଣାକୁ ଶିଘ୍ର ସମାଧାନ କରାଇବା ପାଇଁ ବିଭିନ୍ନ ଦିଗରୁ ଚେଷ୍ଟା ଚାଲିଛି । ଆଜି ଏହାର ସମାଧାନ ହୋଇଯିବ ବୋଲି ମୁ ଆଶା କରୁଛି।
ବ୍ରଜକିଶୋର ବିଶ୍ୱାଳ (ପିସିସି କୋର କମିଟି ସଦସ୍ୟ) ଏ ଭଳି ଘଟଣା ଆମ ଞ୍ଚଳରେ ନୂଆଁ , ଆଗରୁ କେବେ ହେଲେବି ଏଭଳି ଘଟଣା ଦେଖାଯାଇ ନାହିଁ । ପରନ୍ତୁ ଉକ୍ତ ଘଟଣା ସଂପର୍କରେ ମୁ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ଆଲୋଚନା କରୁଛି , ତାହା ସମାଧାନ ହୋଇଯିବ।
ସୁକାନ୍ତି ମହାଳି (ସଂମ୍ପାଦକ ପଞ୍ଚାୟତ ମହାସଂଘ) – ଆଜ୍ଞା ଉକ୍ତ ଘଟଣାରେ ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ପୋଲିସ କାହିକି ଗିରଫ କରୁ ନାହିଁ । ମୁଖ୍ୟ ଆସାମି ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ,ତାଙ୍କୁ ତୁରନ୍ତ ପୁଲିସ ଗିରଫ କରିଲେ ସମସ୍ତ ଘଟଣାରେ ଶାନ୍ତି ଫେରିଆସିବ ବୋଲି ମୋର ଆଶା ।

ହାଜି ଅକ୍ତର ବେଗ(ସ୍ଥାନିୟ ବାସିନ୍ଦା) କୈାଣସି ସେଭଳି ଘଟଣା ଘଟି ନାହିଁ ଯେ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଗଲା । ଆମେ ଚାହୁଁଛୁ ଭାଇଚାରାର ସମ୍ପର୍କ । ଛୋଟ ଘଟଣାରୁ ଏଭଳି ସଂପ୍ରଦାୟିକ ଦଙ୍ଗାର ରୁପଦେବା ଠିକ ନୁହେଁ।

Leave A Reply