ବିଶ୍ୱ ହକି କପ ପାଇଁ କ୍ରୀଡା ମନ୍ତ୍ରୀଙ୍କ ନେମାଳ ପଦ୍ମବନ ପୀଠରେ ପୂଜାଅର୍ଚ୍ଚନା

0

ନେମାଳ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଘଟିଥିବା ବେଳେ ଆଜି ରାଜ୍ୟ କ୍ରୀଡା, ଯୁବ ବ୍ୟାପାର, ଇଲୋକ୍ଟ୍ରୋନିକସ ତଥା ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ଯୋଗଦେଇ ବିଶ୍ୱ ହକି କପ ଶାନ୍ତିସୃଖଳା ସହ ସମାପନ ହେବା ପାଇଁ ଠାକୁରଙ୍କ ପାଖରେ ପ୍ରଦିପ ପ୍ରଜ୍ୱଳନ କରି ଆଶିଷ ଭିକ୍ଷା କରିଛନ୍ତି। ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରନ୍ତରରୁ ବହୁ ଶ୍ରଦ୍ଧାଳୁ ଓ ହକି ପ୍ରେମୀ ମାନେ ମହାପ୍ରଭୁ ଅଚ୍ୟୁତାନନ୍ଦଙ୍କୁ ପାଖରୁ ଦେଖି ବିଭୋର ହେବା ସହ ହରିବୋଲ , ହୂଳାହୂଳୀରେ ସମଗ୍ର ନେମାଳ ପଦ୍ମବନ ପୀଠ ମୁଖରିତ ହେବା ସହ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା। ପ୍ରଭାତରୁ ବରିଷ୍ଠ ସେବାୟତମାନେ ଚୁଆ ,ଚନ୍ଦନ, ଅଗୁରୁ, କର୍ପୂର ଆଦି ସୁବାଶିତ ଜଳରେ ପ୍ରଭୁଙ୍କର ସ୍ନାନ ମାର୍ଜନା ସମାପନ କରିବା ପରେ ଚନ୍ଦନ ତୁଳସୀ ଲାଗି କରିଥିଲେ। ପରେ ପ୍ରଭୁଙ୍କୁ ନୂତନ ବସ୍ତ୍ର ପରିଧାନ କରିବା ସହ ମସ୍ତକରେ ମୁକୁଟକୁ ଲାଗି କରିଥିଲେ। ପ୍ରଭୁଙ୍କର ଏହି ବଡ ସିଂହାର ବେଶ ପରେ ମଙ୍ଗଳ ଆଳତୀ, ନୀତି ଭୋଗ, ଯଥାରୀତି ଅନୁଷ୍ଠିତ ହୋଇଥିଲା। ପରେ ପ୍ରଭୁଙ୍କର ଆଳତୀ ଦର୍ଶନ କରି ଶ୍ରଦ୍ଧାଳୁ ଭକ୍ତମାନେ ପ୍ରଭୁ ଅଚ୍ୟୁତଙ୍କ ସାନିଧ୍ୟ ଲାଭ କରିଥିଲେ। ଏହି ଅବସରରେ ସନ୍ଧ୍ୟାରେ ଶରତ ରାହାସ ଉତ୍ସବ ଅନୁଷ୍ଠିତ ହୋଇଥିଲା। ରାଧାକୃଷ୍ଣଙ୍କର ବିଗ୍ରହକୁ ବେଢା ପରିକ୍ରମା କରାଯାଇ ରାହାସ ମଣ୍ଡପରେ ସ୍ଥାପନପରେ ରାହାସ ପଠନ କରାଯାଇଥିଲା। ଭଜନ, କୀର୍ତ୍ତନ, ନାମସଂକୀର୍ତ୍ତନ, ଅଷ୍ଟଗୁଜରୀ, ଭାଗବତ ପାଠ କରାଯାଇ ଥିଲା।

Leave A Reply