ନେମାଳରେ ସେତୁ କାର୍ଯ୍ୟର ସମିକ୍ଷା ଓ ଧାଡି ସ୍ଥାପନ କଲେ ଅଧିକ୍ଷଣ ଯନ୍ତ୍ରୀ

0

ନେମାଳ : ମହାନଦୀ-ଚିତ୍ରୋତ୍ପଳା ଓ ଚିତ୍ରୋତ୍ପଳା-ଲୁଣା ଦ୍ୱିପାଞ୍ଚଳରେ ଗମନାଗମନର ସୁବ୍ୟବସ୍ଥା ପାଇଁ ବିଜୁ ସେତୁ ଯୋଜନାରେ ବରକୋଳିଆ -ନଗସପୁର ରାସ୍ତା ଅଞ୍ଚଳର ଚିତ୍ରୋତ୍ପଳା ନଦୀରେ ସେତୁ ନିର୍ମାଣ ପାଇଁ ଆଜି ବିଭାଗୀୟ ଅଧିକାରୀ ତଥା ଗ୍ରାମ୍ୟ ନିର୍ମାଣ ଅଧିକ୍ଷଣ ଯନ୍ତ୍ରୀ ସୁରେଶଚନ୍ଦ୍ର ମିଶ୍ର ସମିକ୍ଷା କରିବା ସହିତ ସେତୁର ଧାଡି ସ୍ଥାପନ(ଆଲାଇନମେଣ୍ଟ) କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ନିର୍ବାହୀ ଯନ୍ତ୍ରୀ ନିଳମାଧବ ସାହୁ,ସହକାରୀ ଯନ୍ତ୍ରୀ ସତ୍ୟଜିତ୍‍ ଦଳାଇ, କନିଷ୍ଠଯନ୍ତ୍ରୀ ମାନସ ରଞ୍ଜନ ଚୌଧୁରୀ ପ୍ରମୁଖ ଆଜି ଚିତ୍ରୋତ୍ପଳା ନଦୀର ଉଭୟ ପଟ ବୁଲି ଦେଖିବା ସହ ଖୁବ୍‍ ଶୀଘ୍ର ଏହି ସେତୁର ଶିଳାନ୍ୟାସ କରାଯିବା ସହ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରକାଶ କରିଥିଲେ। ତେବେ ଉକ୍ତ ସେତୁ ନିର୍ମାଣ ପାଇଁ ୨୨ କୋଟି ୧୬ଲକ୍ଷ ୫୨ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଉକ୍ତ କାର୍ଯ୍ୟ ଆରମ୍ଭ ପାଇଁ ୨୦-୯-୨୦୧୮ରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଏହି ସେତୁ କାର୍ଯ୍ୟ ୧୯-୧-୨୦୨୧ ସୁଧା ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାର ଯୋଜନା ଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଉକ୍ତ ସେତୁକୁ ଏଚ୍‍ ଏନ୍‍ ଇନ୍‍ଫା କାର୍ଯ୍ୟକରିବା ପାଇଁ ଚୁକ୍ତି କରିଥିବା ଜଣାପଡିଛି। ସୁଚନାଯୋଗ୍ୟ ଏହି ସେତୁ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେଲେ ଲୁଣା-ଚିତ୍ରୋତ୍ପଳା ଦ୍ୱିପାଞ୍ଚଳର ଲୋକମାନେ ମହାନଦୀ ପାର ହୋଇ ଜଗତସିଂପୁର,ପାରାଦୀପ ଓ କଟକ ,କେନ୍ଦ୍ରାପଡକୁ ସିଧାସଳଖ ଯୋଗାଯୋଗ ହୋଇପାରିବା ସହିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠକୁ ଆସିବା ପାଇଁ ସୁବିଧା ହୋଇଯିବ।

Leave A Reply