ସମ୍ପର୍କ ବିଚ୍ଛେଦକୁ ନେଇ ନେହାଙ୍କ ସ୍ପଷ୍ଟୋକ୍ତି : ‘ହିମାନ୍ସ କିଏ ମୁଁ ଜାଣିନାହିଁ’

0

ମୁମ୍ବଇ : ବଲିଉଡ଼ କଣ୍ଠଶିଳ୍ପୀ ନେହା କକ୍କର ଓ ଅଭିନେତା ହିମାନ୍ସ କୋହଲୀଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ଖବରକୁ ନେଇ କିଛିଦିନ ହେବ ଚର୍ଚ୍ଚା ଜାରି ରହିଛି। ତେବେ ଏହା କେତେଦୂର ସତ୍ୟ ଏନେଇ କୌଣସି ସ୍ପଷ୍ଟୋକ୍ତି ମିଳିପାରି ନଥିଲା। ହେଲେ ନିକଟରେ ନେହା ଏହି ଖବରକୁ ସତ ବୋଲି ପ୍ରମାଣ କରିଛନ୍ତି। ହିମାନ୍ସଙ୍କ ସହ ତାଙ୍କ ସମ୍ପର୍କ ବିଚ୍ଛେଦ(ବ୍ରେକ୍-ଅପ୍)କୁ ନେଇ ନେହାଙ୍କ ପ୍ରତିକ୍ରିୟା ମଗା ଯାଇଥିବା ବେଳେ ସେ ହିମାନ୍ସଙ୍କୁ ଚିହ୍ନି ନଥିବା କହିଥିଲେ। ‘ହିମାନ୍ସ କିଏ ? ମୁଁ ଏହି ନାମର କୌଣସି ବ୍ୟକ୍ତିଙ୍କୁ ଜାଣି ନାହିଁ’ ବୋଲି ନେହା କହିଥିଲେ। ତାଙ୍କର ଏଭଳି ପ୍ରତିକ୍ରିୟାରୁ ଦୁହିଁଙ୍କ ମଧ୍ୟରେ ଏବେ କିଛି ସମ୍ପର୍କ ନଥିବା ସ୍ପଷ୍ଟ ହୋଇଛି।

ଉଲ୍ଲେଖଯୋଗ୍ୟ, ଦୁହେଁ ଦୀର୍ଘ ୪ ବର୍ଷ ହେବ ପ୍ରେମ ସମ୍ପର୍କରେ ଥିଲେ। ତେବେ କିଛିଦିନ ପୂର୍ବରୁ ନେହା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ହିମାନ୍ସଙ୍କ ସହ ଥିବା ସବୁ ଫଟୋ ହଟାଇ ଦେଇଥିଲେ। ନେହାଙ୍କ ଏ ସବୁ କାର୍ୟ୍ୟକଳାପରୁ ହିମାନ୍ସଙ୍କ ସହ ତାଙ୍କ ସମ୍ପର୍କ ଭାଙ୍ଗି ଯାଇଥିବା ନେଇ ଚର୍ଚ୍ଚା ହେଉଥିଲା। ଏବେ ନେହାଙ୍କ ବୟାନ ଖବରକୁ ସତ ବୋଲି ପ୍ରମାଣ କରିଛି।

Leave A Reply