ପ୍ରତିଦିନ ମାତ୍ର ୨ଟି ନିମପତ୍ର, ଆପଣଙ୍କୁ ରଖିବ ନିରୋଗ

0

ନିମପତ୍ର ଏପରି ଏକ ପତ୍ର ଯେଉଁଥିରେ ବହୁ ଔଷଧୀୟ ଗୁଣ ଗଚ୍ଛିତ ହୋଇ ରହିଛି। ଏହା ପାଟିକୁ ପିତା ସତ ହେଲେ ଶରୀର ପାଇଁ ଅମୃତ ସଦୃଶ। ନିମପତ୍ରରେ ଅନେକ ପୋଷକ ତତ୍ତ୍ୱ ରହିଛି। ପ୍ରତିଦିନ ୨ଟି ନିମ ପତ୍ର ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିବା ସହ ଶରୀର ନିରୋଗ ରହିଥାଏ।

ପ୍ରତିଦିନ ୨ଟି ନିମପତ୍ର ଚୋବାଇ ଖାଇଲେ ମଧୁମେହରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ନିମପତ୍ର କୋଷ୍ଠକାଠିନ୍ୟରୁ ମଧ୍ୟ ମୁକ୍ତି ଦେଇଥାଏ। ସପ୍ତାହରେ ଦୁଇଥର ନିମପତ୍ର ପାଣି ପିଇଲେ ଆଣ୍ଠୁଗଣ୍ଠି ବାତ ସମସ୍ୟା ଦୂର ହୁଏ। ଏହା ରକ୍ତରେ କୋଲେଷ୍ଟ୍ରଲର ସ୍ତରକୁ ନିୟନ୍ତ୍ରିତ ରଖିଥାଏ। ଫଳରେ ହୃଦଘାତ ଆଶଙ୍କା ଦୂର ହୁଏ। ସେହିପରି ଶରୀରରେ ଆଲର୍ଜି ସମସ୍ୟା ମଧ୍ୟ ଦୂର କରିଥାଏ। କିଡ୍ନୀ ସମସ୍ୟାରେ ଏହା ମହୌଷଧୀ ଭଳି କାମ କରିଥାଏ।

Comments
Loading...