ଏନସିସି ଶିବିରରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ

0

ବ୍ରହ୍ମପୁର : ଗଞ୍ଜାମ ଜିଲା ବ୍ରହ୍ମପୁର ଚଣ୍ଡିପଦର ଠାରେ ଅଗଷ୍ଟ ୨୪ ଠାରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଏନସିସି ବାର୍ଷିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛିି। ଏହି ଶିବିରରେ ମଙ୍ଗଳବାର କ୍ୟନ୍ସର ରୋଗ ବିଶେଷଜ୍ଞ ଡ଼ଃ ସୁମନ ଦାସଙ୍କ ଅଧ୍ୟକ୍ଷତାରେ ଏକ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ କରାଯାଇଛି।
ଏହି ପ୍ରଶିକ୍ଷଣ ଶିବିରରେ କ୍ୟନ୍ସର ସଚେତନତା ବ୍ୟତୀତ ସଡକ ସୁରକ୍ଷା, ସ୍ୱଚ୍ଛତା, ଅଗ୍ନିସୁରକ୍ଷା ବ୍ୟବସ୍ଥା ଆଦି ସାମାଜିକ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷଣ କରାଯାଉଛି। ଏନ୍‍ସିସି ପ୍ରଶିକ୍ଷଣରେ ଯୋଗ ଦେଇଥିବା ୫୫୦ କେଡେଟ୍‍ ମାନଙ୍କ ମଧ୍ୟରେ କିପରି ଏକାଗ୍ରତା, ଏକତା, ଭବିଷ୍ୟତ ସଚେତନତା କରିପାରିବେ ସେଥିପ୍ରତି ଶିକ୍ଷା କରାଯାଇଛି। ଏହି ଶିବିରରେ ଗଞ୍ଜାମ, ଗଜପତି, ଫୁଲବାଣି ଆଦି ଜିଲାର ଛାତ୍ର ଛାତ୍ରୀ ଯୋଗ ଦେଇଛନ୍ତି।

Leave A Reply