କନ୍ଧମାଳରେ ମାଓ ହିଂସା : ପୋଡ଼ିଲେ ୬ଟି ଗାଡ଼ି

0

କନ୍ଧମାଳ : କନ୍ଧମାଳ ଜିଲା ବେଲଘର ଥାନା ଅଞ୍ଚଳରେ ମାଓ ହିଂସା ଦେଖିବାକୁ ମିଳିଛି। ସେମାନେ ଦେଶୁଘାଟି ନିକଟରେ ୬ଟି ଗାଡ଼ି ପୋଡ଼ି ଦେଇଥିବା ଜଣାପଡ଼ିଛି। ରାସ୍ତା ଓ ସେତୁ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ୨ଟି ହାଇୱା, ୨ଟି ଟ୍ରାକ୍ଟର ସମେତ ନିର୍ମାଣ କାର୍ଯ୍ୟରେ ନିୟୋଜିତ ମୋଟ୍‍ ୬ଟି ଗାଡ଼ି ଓ ମେସିନ ପୋଡ଼ି ଦେଇଛନ୍ତି। ୨୦ରୁ ଅଧିକ କ୍ୟାଡ଼ର ମାଓବାଦୀ ଠିକାଦାରଙ୍କ କ୍ୟାମ୍ପକୁ ଆସି ଏହି ଗାଡ଼ି ଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ।

Leave A Reply