ଡାକ୍ତରଖାନାକୁ ସ୍ଥାନାନ୍ତର ହେବେ ସରିଫ

0

ଲାହୋର : ଜେଲ୍‍ ଦଣ୍ଡ ଭୋଗୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଠାରେ ହୃତପିଣ୍ଡ ଜନିତ ସମସ୍ୟାରେ ପଡିଛନ୍ତି। ଏଥିପାଇଁ ତାଙ୍କୁ ଆଡିଆଲା ଜେଲ୍‍ରୁ ଇସଲାମାବାଦସ୍ଥିତ ପାକିସ୍ତାନ ଇନଷ୍ଟିଚ୍ୟୁଟ୍‍ ଅଫ ମେଡିକାଲ ସାଇନ୍ସ (ପିଆଇଏମ୍‍ଏସ୍‍)କୁ ସ୍ଥାନାନ୍ତର କରାଯିବା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଡାକ୍ତରଖାନାରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ତାଙ୍କର ଇସିଜି ଓ ରକ୍ତ ଚାପରେ ଅନିୟମିତତା ଦେଖାଯାଇଛି। ସେ ତାଙ୍କର ଦୁଇ ହାତରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ପାକିସ୍ତାନର କାମଚଳା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ସରିଫଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଆଡିଆଲା ଜେଲର ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଦୁର୍ନୀତି ଅଭିଯୋଗରେ ସରିଫ ଦୋଷୀ ସାବ୍ୟସ୍ତ ହୋଇ ୧୦ବର୍ଷ ଜେଲ୍‍ ଦଣ୍ଡ ଭୋଗୁଛନ୍ତି।

Leave A Reply