ରାୱଲପିଣ୍ଡିର ଆଦିୟାଲା ଜେଲ ନୱାଜଙ୍କ ନୂଆ ଠିକଣା

0

ନୂଆଦିଲ୍ଲୀ: ପାକିସ୍ତାନର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ତାଙ୍କ ଝିଅ ମରିୟମଙ୍କ ନୂଆ ଠିକଣା ପାଲଟିଛି ରାୱଲପିଣ୍ଡିର ଆଦିୟାଲା ଜେଲ। କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ପରିଚିତ ଆଦିୟାଲା ଜେଲରେ ଉଭୟେ ପ୍ରଥମ ରାତି ବିତାଇ ସାରିଛନ୍ତି। ସେମାନଙ୍କୁ ବି-ଶ୍ରେଣୀର ସୁବିଧା ସୁଯୋଗ ଦିଆଯାଉଛି। ବି-ଶ୍ରେଣୀର ସୁୁବିଧା ସେହି ମାନଙ୍କୁ ଦିଆଯାଇ ଥାଏ ଯେଉଁମାନେ ଉନ୍ନତ ଧରଣର ଜୀବନଶୈଳୀ ବିତାଇବାରେ ଅଭ୍ୟସ୍ତ ଥାନ୍ତି। ଏବେନଫିଲ୍ଡରେ ବେନାମୀ ସମ୍ପତ୍ତି କ୍ରୟ ମାମଲାରେ ନୱାଜ ଓ ମରିୟମଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ଜେଲରେ ନୱାଜ ଦୀର୍ଘ ୧୦ବର୍ଷ ରହିବେ। ବି-ଶ୍ରେଣୀର ସୁବିଧା ମଧ୍ୟରେ ମୁଖ୍ୟତଃ ଶୋଇବା ପାଇଁ ଖଟ, ଚେୟାର,ଟେବୁଲ ପରି ସାମଗ୍ରୀ ପ୍ରଦାନ କରାଯିବା ସହ ବିଜୁଳି ଚାଲିଗଲେ ଲଣ୍ଠନ ବ୍ୟବସ୍ଥା ପ୍ରଦାନ କରାଯାଇ ଥାଏ। ଅପରପକ୍ଷରେ ଇସଲାମବାଦ ଦ୍ୱାରା ଜାରି ଏକ ଅଧିସୂଚନା ମୁତାବକ ଆଗାମୀ ଅଦେଶ ନହେବା ପର୍ଯ୍ୟନ୍ତ ଉଭୟଙ୍କୁ ସିହାଲ ପୁଲିସ ପ୍ରଶିକ୍ଷଣ ଶିବିରର ଏକ ବିଶ୍ରାମ ଗୃହକୁ ଉପ-କାରାଗାର ଭାବେ ଘୋଷଣା କରାଯାଇଛି। ଆଦିୟାଲା ଜେଲରେ ଉଭୟଙ୍କୁ ହାଜର କରାଯିବା ପରେ ଡାକ୍ତରୀ ଟିମ ଉଭୟଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ଘୋଷଣା କରିଥିଲେ। ପରେ ଉଭୟଙ୍କୁ ଆଦିୟାଲା ଜେଲ ଅଧୀନରେ ଥିବା ଉକ୍ତ ବିଶ୍ରାମ ଗୃହକୁ ପଠାଇ ଦିଆଯାଇଛି।

Leave A Reply