କେବିକେର ବିକାଶ ଆମର ପ୍ରାଥମିକତା : ନବୀନ

0

ଜୟପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ କୋରାପୁଟ ଓ ନବରଙ୍ଗପୁର ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ ‘ଜାଗା ମିଶନ’ ଅଧିନରେ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରିଛନ୍ତି। ବହୁ ପ୍ରତିକ୍ଷୀତ ତେଲେଙ୍ଗିରି ଜଳ ସେଚନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ଜୟପୁର ଠାରେ ବିଜୁ ଯୁବ ବାହିନୀ ପକ୍ଷରୁ ଆୟୋଜିତ ଯୁବ ସମାବେଶରେ ସେ ଉଦବୋଧନ ଦେଇ କେବିକେର ବିକାଶ ପାଇଁ ତାଙ୍କ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି କହିଛନ୍ତି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ାର ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବୀଙ୍କୁ ସେ ଉଦବୋଧନ ଦେଇଛନ୍ତି।

Leave A Reply