ନ୍ୟାସନାଲ ହେରଲ୍ଡ ମାମଲା: ରାହୁଲ, ସୋନିଆଙ୍କ ଉପରେ ଚାଲିବ ଆୟକର ମାମଲା :ସୁପ୍ରିମ କୋର୍ଟ

0

ନୂଆଦିଲ୍ଲୀ: ନ୍ୟାସନାଲ ହେରଲ୍ଡ ମାମଲାରେ ସୁପ୍ରିମ କୋର୍ଟର ରାୟ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କାରଣ ଏହି ମାମଲାରେ ଆୟକର ସମ୍ପର୍କିତ ତଦନ୍ତ ପ୍ରକ୍ରିୟାକୁ ଜାରି ରଖିବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛି। ଉଭୟଙ୍କ ଟେକ୍ସ ଏସେସମେଣ୍ଟ ଉକ୍ତ ମାମଲାରେ ଜାରି ରହିବ।
ସୁପ୍ରିମ କୋର୍ଟର ଉପରୋକ୍ତ ରାୟ ପ୍ରଦାନ ପରେ ଆୟକର ବିଭାଗ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ଆୟ ସମ୍ପର୍କିତ ୨୦୧୧-୧୨ଆର୍ଥିକ ବର୍ଷରୁ ପୁନଃମୂଲ୍ୟାଙ୍କନ କରିବ। ଆୟକର ବିଭାଗ ଉକ୍ତ ମାମଲାର ତଦନ୍ତ କରୁଥିଲେ ମଧ୍ୟ ବିଭାଗ ଏ ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ। ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ୮ରେ ହେବ।
ସୁପ୍ରିମ କୋର୍ଟ ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ଅସ୍କାର ଫାର୍ଣ୍ଣାଡିସଙ୍କ ନାମରେ ଜାରି ହୋଇଥିବା ଆୟକର ନୋଟିସ ଉପରେ ଶୁଣାଣି କରୁଛି। ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପି ଚିଦାମ୍ବରମ୍‍ ଉପରୋକ୍ତ ଆର୍ôଥକ ବର୍ଷରେ ନ୍ୟାସନାଲ ହେରାଲ୍ଡକୁ ନେଇ କେବଳ ସେୟାର ଆଦାନ ପ୍ରଦାନ କରାଯାଇ ଥିଲା। ଏହା ଦ୍ୱାରା କାହାରି କାହାରି ଆୟ ଜନିତ କ୍ଷତି କିମ୍ବା ଲାଭ ହୋଇ ନାହିଁ। ତେଣୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଆୟକର ପକ୍ଷରୁ ପ୍ରଦାନ କରାଯାଇ ଥିବା ନୋଟିସର କୌଣସି ଗୁରୁତ୍ୱ ନାହିଁ ବୋଲି ବୋଲି ଚିଦାମ୍ବରମ ସୁପ୍ରିମ କୋର୍ଟରେ ଯୁକ୍ତି ଦର୍ଶାଇ ଥିଲେ।
୯ସେପ୍ଟେମ୍ବରରେ ଆୟକରର ନୋଟିସକୁ ନେଇ ସୋନିଆ ଗାନ୍ଧି ଓ ଅନ୍ୟମାନେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇଥିଲେ। ଆୟକର ପକ୍ଷରୁ ଆୟକର ସମ୍ପର୍କିତ ପୁନଃମୂଲ୍ୟାଙ୍କନ ନୋଟିସକୁ ବାତିଲ କରିବାକୁ ସେମାନେ ଆବେଦନ କରିଥିଲେ। ତେବେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଉକ୍ତ ମାମଲାକୁ ଖାରଜ କରିଦେବାରୁ ପରେ ଏହି ମାମଲା ସୁପ୍ରିମ କୋର୍ଟରେ ପହଞ୍ôଚଛି। ଏପରିକି ଏହି ପ୍ରକ୍ରିୟାରେ ମିଡିଆ ରିପୋଟିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୋନିଆ ଗାନ୍ଧିଙ୍କ ପକ୍ଷରୁ ଆବେଦନ କରାଯାଇ ଥିଲା। ତେବେ କୋର୍ଟ ଏହାକୁ ମଧ୍ୟ ଖାରଜ କରିଦେଇଥିଲେ।
ଆୟକର ବିଭାଗ ପକ୍ଷରୁ କୋର୍ଟରେ ଉପରୋକ୍ତ ଅଭିଯୋଗ ସମ୍ପର୍କରେ ସ୍ପଷ୍ଟିକରଣ ପ୍ରଦାନ କରାଯାଇ ଥିଲା। ୨୦୧୧-୧୨ଆର୍ଥିକ ବର୍ଷରେ ରାହୁଲ ଗାନ୍ଧି ୟଙ୍ଗ ଇଣ୍ଡିଆ ପ୍ରାଇଭେଟ ଲି. କମ୍ପାନୀର ନିର୍ଦେଶକ ଥିଲେ। ତେବେ ୨୦୧୦ରେ ରାହୁଲ ଏ ସମ୍ପର୍କରେ ଆୟକରକୁ କୌଣସି ସୂଚନା ଦେଇ ନଥିବାରୁ ତାଙ୍କ ଉପରେ ଆୟକର ପକ୍ଷରୁ ନୋଟିସ ଜାରି କରାଯାଇ ଥିଲା।

Leave A Reply